ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ସାନଘାଟି ଛକରେ ଗତକାଲି ରାତି ୩ଟା ବେଳେ ପୁଲିସ ଓ ୨ ଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ମିନିମୟ ହୋଇଛିି। ଏହି ଗୁଳି ବିନିମୟରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ଏମକେସି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁଶାନ୍ତ ପ୍ରଧାନ ଓ ଆନ୍ଧପ୍ରଦେଶର ବିଶାଖାପାଟଣା ଅଞ୍ଚଳର ସୁରୀ ଓରଫ ରାଜେଶ ରେଡ୍ଡୀ । ସେମାନଙ୍କଠାରୁ ପୁଲିସ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍, ୨ଟି ମାଉଜର , ଅଫୁଟା ଗୁଳି ଜବତ କରିଛି। ଅପରାଧୀ ଦ୍ୱୟ ୨ ତାରିଖରେ ଖଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସଂପୃକ୍ତ ଥିଲେ ବୋଲି ଛତ୍ରପୁର ଏସଡିପିଓ ରମେଶ ସେଠୀ କହିଛନ୍ତି। ଏହି ହକାୟତି ଅଭିଯୁକ୍ତଙ୍କ ଗୁଳିରେ ଖଲିକୋଟ ଥାନା ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
/sambad/media/post_attachments/wp-content/uploads/2018/07/bmpr-1-copy-300x159.jpg)
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁରୀ ଓ ସୁଶାନ୍ତ ଏକ କାର ଯୋଗେ ଯାଉଥିବା ସୂଚନା ପୁଲିସ ପାଇ ସେମାନଙ୍କୁ ଖଲିକୋଟ ଥାନା ଅନ୍ତର୍ଗତ ସାନଘାଟି ଛକରେ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଅପରାଧୀଙ୍କ ଗୁଳିର ଜବାବ ପୁଲିସ ଗୁଳିରେ ଦେଇଥିଲା। ପୁଲିସ ଗୁଳିରେ ଦୁଇଜଣ ଅଯାକ ଅପରାଧୀ ଆହତ ହୋଇଥିଲେ। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି।ଏସଡ଼ିପିଓ ଶ୍ରୀ ସେଠୀଙ୍କ ସୂଚନାଅନୁଯାୟୀ, ଏହି ଦୁଇ ଅପରାଧୀ ଗତ ୨ ତାରିଖ ଦିନ ଖଲିକୋଟ ନିକଟସ୍ଥ ବୁରାପାଲ୍ଲୀ ଟୋଲଗେଟ୍ରେ ହୋଇଥିବା ୨୫ ଲକ୍ଷ ଟଙ୍କାଡକାୟତି ଘଟଣାରେ ସମ୍ପୃକ୍ତ। ଏହି ଡକାୟତି ମାମଲାରୋ ପୁଲିସ ଗତକାଲିି ୬ ଜଣଙ୍କୁ ଗିରଫ କରିବା ସହିତ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Two-Men-Injured_Police-Firing_Thumbnail-1.jpg)