ଦୁଇ ବେଆଇନ ମାଟି ବୋଝେଇ ହାଇୱା ଜବତ , ଆରଟିଓଙ୍କୁ ଚିଠି ଳେଖିଲେ ତହସିଲଦାର

ବାଲିଅନ୍ତା : ଗତକାଲି ପୂର୍ବାହ୍ନରେ ବାଲିଅନ୍ତା ଥାନା ଓ ତହସିଲ ପ୍ରଶାସନ ଟିମ ମିଳିତ ଭାବେ ସ୍ଥାନୀୟ ଜୟଦେବ ପଞ୍ଚାୟତରେ ଚଢ଼ଉ କରି ଦୁଇ ବେଆଇନ ମାଟି ବୋଝଇ ହାଇୱା ଜବତ କରିଥିଲେ । ଅଧିକାରୀଙ୍କ ସୂଚନା ମୁତାବକ ଦୀର୍ଘଦିନ ହେବ ଉକ୍ତ ପଞ୍ଚାୟତ ଅଞ୍ଚଳରେ ଥିବା ଗୋଚର , ଅନାବାଦୀ ଏବଂ ଅନ୍ୟାନ୍ୟ ସରକାରୀ ଜାଗାରୁ ଡୋଜର ଲଗାଇ ମାଟି ଉଠାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଥିଲେ । ଆଜି ଚଢ଼ଉ ସମୟରେ ଦୁଇଟି ହାଇୱା ଜବତ କରାଯାଇ ଥିଲା । ଅନ୍ୟ ପକ୍ଷରେ ଅଧିକାରୀଙ୍କ ଚଢ଼ଉ ସଂପର୍କରେ ଖବର ପାଇ ଅନ୍ୟ ମାଟି ବୋଝଇ ଗାଡ଼ି ସେଠାରୁ  ଖସି ପଳାଇଥିବା ଜଣେ ଗ୍ରାମବାସୀ କହିଛନ୍ତି । ତେବେ ଯାଞ୍ଚ ସମୟରେ ଗାଡ଼ିର କୌଣସି କାଗଜପତ୍ର ଠିକ ନଥିବା ଜଣାପଡ଼ିଛି । ତେଣୁ ଏସଂପର୍କରେ ଆରଟିଓ କର୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି ।

ସମ୍ବନ୍ଧିତ ଖବର