ଗଛରେ ପିଟି ହେଲା ବାଇକ; ଜଣେ ମୃତ, ଦୁଇ ଗୁରୁତର

ରାଉରକେଲା : ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରରୁ କୁଚିଣ୍ଡା ପୂର୍ତ୍ତବିଭାଗ ରାସ୍ତାର କୁଣ୍ଢେଇଡିହା ପତରସାହି ଗୋଲେଇ ନିକଟରେ ମୋଟର ବାଇକ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଛି l ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛିl ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ବନେଇକେଳା ପଞ୍ଚାୟତ ଜାମଦର ଗ୍ରାମର ମିଖେଲ୍ ମୁଣ୍ଡା, କିଶୋର ମୁଣ୍ଡା, ଟାଇଁସର୍ ଗ୍ରାମର ରଞ୍ଜନ କୁମାର ତିର୍କୀ ଏକ ହୋଣ୍ଡା ସାଇନ୍ରେ ସମ୍ପର୍କୀୟଙ୍କ ଘର କୁଣ୍ଢେଇଡିହା ଯାଇଥିଲେ l ସନ୍ଧ୍ୟା ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା l ଘଟଣା ସ୍ଥଳରୁ ମିଖେଲ ଓ ଅନ୍ୟ ଦୁଇ ଜଣ ଙ୍କୁ ଗୁରୁଣ୍ଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ଡାକ୍ତର ମିଖେଲକୁ ମୃତ ଘୋଷଣା କରିଥିଲେ l ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କଟାଯାଇଛି l ଏହି ସ୍ଥାନରେ ଏହି ବର୍ଷ ଚାରି ଜଣଙ୍କ ଜୀବନ ଯାଇଛି l ରାସ୍ତାର ଅଣ ଓସାରିଆ ହୋଇଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି l

ସମ୍ବନ୍ଧିତ ଖବର