ଘର ବାହାରେ ବସିଥିବା ବେଳେ ଆକ୍ରମଣ କଲା ହେଟ୍ଟାବାଘ, ୨ ଗୁରୁତର

ରାଜନଗର: ଘର ବାହାରେ ବସିଥିବା ବେଳେ ୨ ଜଣଙ୍କୁ ହେଟ୍ଟାବାଘ ଆକ୍ରମଣ କରିଛି। କେନ୍ଦ୍ରପାଡ଼ା ଜିଲ୍ଲାର ରାଜନଗର ବନାଞ୍ଚଳ ଅନ୍ତର୍ଗତ ରାଜପୁର ଗ୍ରାମରେ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଆହତ ୨ ବ୍ୟକ୍ତିଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ ରାଜପୁର ଗାଁରେ ଆଜି ସନ୍ଧ୍ୟାରେ ହେଟ୍ଟାବାଘ ଘର ବାହାରେ ବସିଥିବା ୮୫ ବର୍ଷୀୟ ବୃଦ୍ଧା କମଳା ଦାସ ଓ ପ୍ରତାପ ଚନ୍ଦ ଦାସ (୩୩)ଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏକ କଳାରଙ୍ଗର ଶିଆଳ ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ବନ୍ୟ ଜନ୍ତୁ ପ୍ରଥମେ କମଳାଙ୍କୁ ଆକ୍ରମଣ କରିଥିଲା। କମଳାଙ୍କ ବେକ ଓ ମୁହଁକୁ ଆମ୍ପୁଡିବା ସହିତ କାମୁଡ଼ି ଦେଇଥିଲା।

eol.org

କମଳା ଓ ପାଖରେ ଥିବା ତାଙ୍କ ବୋହୂଙ୍କ ଚିତ୍କାର ଶୁଣି ତାଙ୍କ ନାତି ପ୍ରତାପ ଘର ଭିତରୁ ରୋଷେଇ ଘର ନିକଟକୁ ଆସିଥିଲେ। ପ୍ରତାପ ଜନ୍ତୁକୁ ଘଉଡାଇବାକୁ ଚେଷ୍ଟା କରିଥିବା ବେଳେ ୫ ଫୁଟ ଉଚ୍ଚତାକୁ ଡେଇଁ ଜନ୍ତୁଟି ଆକ୍ରମଣ କରିଥିଲା ଓ ଗୋଡ଼କୁ କାମୁଡ଼ିଥିଲା ରିପୋର୍ଟ ଲେଖାଯିବା ବେଳକୁ ୨ ଜଣଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ସମ୍ବନ୍ଧିତ ଖବର