ରାଉରକେଲା: ତାଜିଆ ଶୋଭାଯାତ୍ରା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ମହମ୍ମଦ ଆକ୍ରମ ଓ ତାଙ୍କର ଭାଇଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଥିବା ବେଳେ ମହମ୍ମଦ ଦିଲୁ, ମହମ୍ମଦ ହବିବ୍‌, ମହମ୍ମଦ ରକଭୀ ଓ ମହମ୍ମଦ ଅମୀରଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ ମଙ୍ଗଳବାର ପୂର୍ବାହ୍ଣରେ ରାଉରକେଲାରେ ତାଜିଆ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ କଥାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗୋଟିଏ ଗୋଷ୍ଠୀର ଭୁଜାଲି ମାଡ଼ରେ ଅନ୍ୟଗୋଷ୍ଠୀର ୨ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୋଷ୍ଠୀ ସଂଘର୍ଷ ପରେ ଶାନ୍ତି ତାଜିଆ ଶୋଭାଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୨ ଡିଭିଏଫ ଓ ୪୦୦ ହୋମ୍‌ଗାର୍ଡ ମୁତୟନ କରାଯାଇଛି।