ଯାତ୍ରୀବାହୀ ବସ୍‌-ସିମେଣ୍ଟ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ସହ ସିମେଣ୍ଟ ବୋଝେଇ ଟ୍ରକ ମୁହାଁମୁଁହି ଧକ୍କା ହୋଇଛି। ଫଳରେ ରାସ୍ତା ମଝିରେ ୨ଟି ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି।। ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ଆମ୍ବୁଲାନ୍‌ସରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଛି।

ଘଟଣାଟି ରବିବାର ସନ୍ଧ୍ୟାରେ ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗ (ବ୍ରହ୍ମପୁର)ରୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ଆସୁଥିବା ନାରାୟଣୀ ନାମକ ଯାତ୍ରୀବାହୀ ବସ କଳିଙ୍ଗା ଘାଟିରେ ଯାଉଥିଲା।

କଳିଙ୍ଗା ଠାରୁ ମାତ୍ର ତିନି କିମି ତଳକୁ ଟ୍ରକ ଗଡିଥିବା ବେଳେ ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଏକ ବୁଲାଣିରେ ସମୁଖରୁ ଆସୁଥିବା ଯାତ୍ରୀବାହୀ ବସକୁ ଦେଖି ଜୋରରେ ବ୍ରେକ ମାରିବା ଯୋଗୁଁ ଘଟଣାସ୍ଥଳରେ ଓଲଟି ପଡିବା ସହ ବସ ସହ ଧକ୍କା ହୋଇଥିଲା। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳେଇଛନ୍ତି।

ସମ୍ବନ୍ଧିତ ଖବର