ଘାଟିରେ ଓଲଟିଲା ଟ୍ରକ,୨ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ଘାଟିରେ ଆଜି ସନ୍ଧ୍ୟାରେ ଏକ ଟ୍ରକ ଓଲଟିଛି । ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଆହତମାନଙ୍କର ପରିଚୟ ମିଳିନାହିଁ ।

ସୂଚନା ଅନୁସାରେ ବିଶାଖାପାଟଣାରୁ ଜୟପୁର ଦେଇ ରାୟପୁର ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଉଭୟ ଟ୍ରକ ଚାଳକ ଓ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର