ଟ୍ରକ ଧକ୍କାରେ ଦୁଇ ମୋଟର ବାଇକ ଆରୋହୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପିଟିଏ ଛକ ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ସାଢେ ୧୨ଟାରେ ଟେନସା ବଜାର ନିକଟସ୍ଥ (ଆ) ବ୍ଲକ ଅଞ୍ଚଳର ଦୁଇଜଣ ଯୁବକ ବାଇକ (ଓଆର ୧୪ଏଲ ୭୨୦୩) ଯୋଗେ ଡେଙ୍ଗୁଳା ପେଟ୍ରୋଲ ପମ୍ପରୁ ତେଲ ପକାଇ ଟେନସା ଅଭିମୁଖେ ଫେରୁଥିଲେ।

ପିଟିଏ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାରଚକିଆ ଟ୍ରକ୍‌ (ଓଡି ୨୩ ଏଚ ୦୦୩୨) ସେମାନଙ୍କୁ ସମାନରୁ ଧକା ଦେଇଥିଲା। ଫଳରେ ବାଇକ ଚଳାଉଥିବା ଭରତ ମହନ୍ତ ଗୁରୁତର ଆହତ ହୋଇଥିବା ବେଳେ ପଛରେ ବସିଥିବା ରାଜୁ ବାହାଦୂର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପ୍ରଥମିକ ଚିକିତ୍ସା କରାଇଥିଲେ। ପରେ ପରିବାର ସଦସ୍ୟ ପହଁଚିବା ପରେ ଦୁହିଁଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ଗୋଟିଏ ମାସ ଭିତରେ ସମାନ ସ୍ଥାନରେ ଦୁଇ ଦୁଇଟି ଦୁର୍ଘଟଣା ପଥଚାରୀଙ୍କ ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର