ଜଟଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଟଣୀ ସହରରେ ଆଜି ସନ୍ଧ୍ୟାରେ ପୁଣି ଥରେ ବୋମାମାଡ଼ ହୋଇଛି। ଗୋଟିଏ କି ୨ଟି ନୁହେଁ, ଅଳ୍ପ ସମୟ ମଧ୍ୟରେ ଏକା ଥରକେ ୬ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ରୀନା ପ୍ରଧାନ ଏବଂ ନରେଶ ଦାସ। ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଆହତ ବ୍ୟକ୍ତିମାନଙ୍କର ଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟସ ଉଡିଯାଇିଛି। ବିସ୍ଫୋରଣ ନେଇ ଥାନରେ ଅଭିଯୋଗ ହୋଇଛି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ, ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ରବୀନ୍ଦ୍ର କୁମାର ପ୍ରଧାନଙ୍କ ଘର ଉପରକୁ ଲକ୍ଷ୍ୟ କରି ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ୬ଟି ବୋମାମାଡ କରିଥିଲା। ବୋମାମାଡ଼ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏଥିରେ ରବୀନ୍ଦ୍ରଙ୍କ ଘରର କାନ୍ଥ ଭାଙ୍ଗିଯିବା ସହିତ ଆଜବେଷ୍ଟସ ଉଡିଯାଇଥିଲା। ବୋମାମାଡ଼ ସମୟରେ ପଡୋଶୀ ଘର ସମୁଖରେ ଛିଡା ହୋଇଥିବା ରୀନା ପ୍ରଧାନ ଏବଂ ନରେଶ ଦାସ ଦୁହେଁ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ଲାଗି ଜଟଣୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।