କୋରାପୁଟ: ରାସ୍ତାକଡର ପାହାଡକୁ ଧକ୍କା ଦେଲା ହାଇୱା ଟିପର, ଡ୍ରାଇଭର ସମେତ ୨ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳିରୁ ବକ୍ସାଇଟ ବୋଝେଇ କରି କାକିରିଗୁମାକୁ ଯାଉଥିବା ଏକ ୧୦ ଚକିଆ ହାଇୱା ଟିପର ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ପାହାଡରେ ଧକ୍କା ଦେବାରୁ ଡ୍ରାଇଭର ସମେତ ହାଇୱାରେ ବସିଥିବା ଅନ୍ୟ ଦୁଇଜଣ ଯାତ୍ରୀ ଆହତ ହୋଇଛନ୍ତିିା

ଖବର ମୁତାବକ ରବିବାର କୋଡିଙ୍ଗାମାଳିରୁ ଓଡି୧୦କେ ୮୮୭୧ ନମ୍ବରର ହାଇୱା ଟିପର ବକ୍ସାଇଟ୍‌ ବୋଝେଇ କରି କାକିରିଗୁମା ଡିଂକୁ ଯାଉଥିଲା। ଦ୍ରୁତ ଗତିରେ ଯାଇ ପୁଣି ଫେରିଲେ ଆଉଥରେ ପୁଣି ବକ୍ସାଇଟ୍‌ ବୋଝେଇ ପାଇଁ ସୁଯୋଗ ମିଳିବ ବୋଲି ଭାବି ଯାଉଥିବା ଗାଡି ନିୟନ୍ତ୍ରଣ ହରାଇ ପାହାଡକୁ ବାଡାଏ ହୋଇ ଡ୍ରେନ୍‌ ଭିତରେ ଫସି ଯାଇଥିଲାାସଙ୍ଗେ ସଙ୍ଗେ ପଛରେ ଯାଉଥିବା ଅନ୍ୟ ହାଇୱା ଡ୍ରାଇଭର ମାନେ ଦୁର୍ଘଟଣା ଗସ୍ତ ହାଇୱା ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇଜଣ ଯାତ୍ରୀଙ୍କୁ ବାହାର କରି ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ ଗାଡି ମାଲିକ ଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଇଥିବା ସୁପରଭାଇଜର ମାନେ ଡ୍ରାଇଭରଙ୍କ ଅବସ୍ଥା ଜାଣି ଡାକ୍ତରଖାନାରେ ପହଞ୍ଚିଥିଲେ ।

ସମ୍ବନ୍ଧିତ ଖବର