ସୋରରେ ରାଜନୈତିକ ହିଂସା: ଛୁରା ମାଡରେ ୨ ଗୁରୁତର 

ବାଲେଶ୍ବର: ସୋରରେ ରାଜନୈତିକ ହିଂସା । ସୋରରେ ପୌର ନିର୍ବାଚନ ପରେ ବିଜେପିର ବାଜିମାତ୍ କରିଥିଲା । ୧୯ ଟି ୱାର୍ଡ ମଧ୍ୟରୁ ବିଜେପି ୧୨ ଗୋଟି ବିଜେଡି ୪ ଗୋଟି ଓ କଙ୍ଗ୍ରେସ୍ ୩ ଟି ଆସନ ଅକ୍ତିଆର କରିଛି । ସୋର ବିଜେପି ତରଫରୁ ଆଜି ବିଜୟ ଶୋଭାଯାତ୍ରା ସାରି ଘରକୁ ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟରେ ୨ ଟି ବାଇକ୍ ରେ ୪ ଜଣ ଯୁବକ ବିଜେପି କର୍ମୀଙ୍କୁ ଅଟକାଇ ବିଜେପି ରାଲିକୁ କାହିଁକି ଯାଇଥିଲୁ ପଚାରିବା ସହ ଛୁରା ମାଡ କରିଥିଲେ । ଗୁରୁତର ଅବସ୍ଥା ରେ ଯୁବକ ୨ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତର ଖାନା କୁ ଆଣିଥିଲେ ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହାତ ୨ ଜଣ ହେଲେ ତଳନଗର ଅଞ୍ଚଳର ପ୍ରଫୁଲ୍ଲ ଦାସ ଓ ଶରତ ଦାସ ।

ସମ୍ବନ୍ଧିତ ଖବର