ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତର କେହେଲିଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଦୁଇଜଣ ଯବାନ୍ ଆହତ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। କେସ୍ ନଂ ୧୫୨/୨୩ରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଲିସ ସବିଶେଷ ସୂଚନା ଦେଇନାହିଁ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୪ରେ ମାଓ କ୍ୟାମ୍ପ୍ ଥିବା ସୂଚନା ପାଇ କେହେଲିଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ପୁଲିସ ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏସ୍ଓଜି ଯବାନଙ୍କ ପକ୍ଷରୁ ମାଓବାଦୀଙ୍କ ପରିଚାଳିତ କ୍ୟାମ୍ପ୍ ଧ୍ବଂସ କରାଯିବା ବେଳେ ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ଅମିୟ ରଞ୍ଜନ ଦାସ ଓ ପ୍ରଶାନ୍ତ କୁମାର ଜେନା ନାମକ ଦୁଇଜଣ ଯବାନ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/naxal.jpg)