ନୀଳଗିରି: ଜାତୀୟ ଗଣମାଧ୍ୟମ ଦିବସରେ ଶନିବାର ଅପରାହ୍ଣରେ ଅଭାବନୀୟ ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲାର ନୀଳଗିରିର ୨ ଜଣ ସାମ୍ବାଦିକ ଖବର ସଂଗ୍ରହ ବେଳେ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ଦୁଇ ସାମ୍ବାଦିକଙ୍କୁ ନୀଳଗିରି ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ନୀଳଗିରି ତହସିଲଦାର ଶୁଶ୍ରୀତା ଟୁଡୁ ଆଜି ଏକ ମେଟାଲ ବୋଝେଇ ଟ୍ରକ ଜବତ କରିବା ପାଇଁ ଯାଇଥିଲେ। ଫେରିବା ବାଟରେ ସେ ବାଇକ୍ (ଓଡି ୦୧ ଜି ୭୨୭୨)ରେ ଯାଉଥିବା ସାମ୍ବାଦିକ ବିଶ୍ୱମ୍ବର ଦାସ ଓ ପ୍ରିୟନାଥ ବେହେରାଙ୍କୁ ଧକ୍କା ଦେଇଥିଲେ। ତହିସଲାଦ ଶୁଶ୍ରୀତା ନିଜେ ଗାଡ଼ି (ଓଆର ୦୧କେ ୭୮୮୭)କୁ ଚଳାଉ ଥିଲେ। କମମ୍ବସାହି ନିକଟରେ ଘଟିଥିବା ଘଟଣା ସମୟରେ ସାମ୍ବାଦିକମାନେ ଫଟୋ ଉଠାଉଥିଲେ। ତେଣୁ ତହସିଲାଦାର ବ୍ୟସ୍ତ ହୋଇ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ।
/sambad/media/post_attachments/wp-content/uploads/2019/11/niligari3.jpg)
ଦୁର୍ଘଟଣା ପରେ ମଧ୍ୟ କାହାରିକୁ ଖାତିର କରି ନକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଦୋକାନୀମାନେ ସାମ୍ବାଦିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଂଚି ତହସିଲଦାର କ୍ଷମା ମାଗିଛନ୍ତି। ମାତ୍ର ତହିସିଲଦାରଙ୍କ ବ୍ୟବହାରକୁ ଲୋକେ ନିନ୍ଦା କରିଛନ୍ତି।
ବିଶ୍ୱମ୍ବରଙ୍କ ବାମ ଗୋଡ଼ରୁ ରକ୍ତ ସ୍ରାବ ହେଉଥିବା ବେଳେ ତାଙ୍କ ହାତ ଓ ଛାତି ଯନ୍ତ୍ରଣା ହେଉଛି। ସେହିପରି ପ୍ରିୟନାଥଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ବିଶ୍ୱମ୍ବରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/niligari.jpg)