ଗ୍ୟାସ୍ ଟ୍ୟାଙ୍କର ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଲ ନିକଟ ଝରାମୁଣ୍ଡ ଛକରେ ରବିବାର ରାତି ୮ଟା ସମୟରେ ଏକ ଗ୍ୟାସ୍ ଟ୍ୟାଙ୍କର (ଓଆର୍-୦୨ଡି-୪୨୪୫) ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରେଢ଼ାଖୋଲ ଏନ୍ଏସି ଶିବଶଙ୍କରପଡ଼ାର ଦିଲ୍ଲୀପ ବାଗ(୨୫) ଓ ମନୋରଂଜନ ନାଗ(୨୭)। ଖବର ପାଇଁ ରେଢ଼ାଖୋଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଓ ବାଇକ୍କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ସେପଟେ, ଏନେଇ ରେଢ଼ାଖୋଲ ପୁଲିସ୍ ଏକ ମାମଲା ରୁଜୁ କରି ଶବ ଦ୍ବୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ମୁତାବକ, ଦିଲ୍ଲୀପ ଓ ମନୋରଞ୍ଜନ କୌଣସି କାମରେ ରେଢ଼ାଖୋଲ ପଟକୁ ଯାଇ ଘରକୁ ଫେରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ଗଞାସ୍ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର