ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ଆଦର୍ଶ ବିଦ୍ୟାଳୟର ନିଖୋଜ ଦୁଇ ନବମ ଶ୍ରେଣୀର ଛାତ୍ର ଉଦ୍ଧାର ହୋଇଛନ୍ତି। କୁଣ୍ଢେଇଗୋଳା ପୁଲିସର ରାତି ସାରା ତଦନ୍ତ ପାଇଁ ଉଦ୍ଧାର ହୋଇ ପାରିଛନ୍ତି। ନିଖୋଜ ୨ ଛାତ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ମଣ୍ଡପରେ ଶୋଇଥିଲେ। ରାତି ୩ଟାରେ କୁଣ୍ଢେଇଗୋଳା ଥାନା ଅଧିକାରୀ ସରୋଜ କୁମାର ସେଠୀଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଲେଖା ପଢା ସାରି ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ଗ୍ରାମର ୨ ଜଣ ଛାତ୍ର ଗୁରୁବାର ସକାଳ ୯ ଟାରୁ ନିଖୋଜ ଥିଲେ। ପରିବାର ଲୋକ ୨ ପିଲାଙ୍କୁ ନ ପାଇ ରାତି ୧୦ କୁଣ୍ଢେଇଗୋଳା ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ୨ ଛାତ୍ରଙ୍କୁ ଉଦ୍ଧାର କରିଛି। ନିଜ ନିଜ ପିଲାଙ୍କୁ ପାଇ ଦୁଇ ପରିବାର ଖୁସି ହୋଇଛନ୍ତି।