କାଳହେଲା ପିକନିକ; ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ନାବାଳକ ଛାତ୍ର

ରାଉରକେଲା : ପିକନିକ କରିବାକୁ ଯାଇଥିବା ବେଳେ ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇନାବାଳକ ଛାତ୍ର । ଦୁଇ ନାବାଳକ ଛାତ୍ର ହେଲେ ରାଉରକେଲା ବାସନ୍ତୀ କଲୋନୀର ପ୍ରସନ୍ନ ସାହୁ ଓ ଆୟାନ ଟକ l

ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ସତିସ ଚନ୍ଦ୍ର ନାଏକ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିରତୋଳା ବ୍ରାହ୍ମଣୀ ନଦୀରେ ତଲାସ ଜାରି ରହିଛି। ତେବେ ଦୁଇ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ନଥିବା ଜଣାପଡିଛି। ବଣଭୋଜି କରିବାକୁ ବାସନ୍ତୀ କଲୋନିରୁ ବାରଜଣ ସାଙ୍ଗ ଚାନ୍ଦିପୋଷ ବିରୁତୋଳା ବ୍ରାହ୍ମଣୀ ନଦୀକୁ ଯାଇଥିଲେ l

ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ବୁଡି ରାଉରକେଲାର ଦୁଇଜଣ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଜି ପୁଣି ଦୁଇଜଣ ଛାତ୍ର ନଦୀରେ ଭାସିଯାଇ ନିଖୋଜ ହେବାଘଟଣା ରାଉରକେଲା ଲୋକଙ୍କୁ ସ୍ତବ୍ଧ କରିଦେଇଛି ।

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳାର ବ୍ରାହ୍ମଣୀ ନଦୀ କୂଳକୁ ରାଉରକେଲା ବାସନ୍ତୀକଲୋନୀ ଅଞ୍ଚଳର ଏକ ଘରୋଇ ଟିଉସନ ସଂସ୍ଥାର ଶିକ୍ଷକ ପିଲାମାନଙ୍କୁ ନେଇ ଭୋଜି କରିବାକୁ ଯାଇଥିଲେ l ଏହି ଛାତ୍ରଙ୍କ ମଧ୍ୟରୁ କିଛି ଛାତ୍ର ଗାଧୋଉଥିବା ବେଳେ ନଦୀରେ ଚାରିଜଣ ଛାତ୍ର ଭାସି ଯାଇଥିଲେ । ଦୁଇଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ପନ୍ଦର ବର୍ଷୀୟ ଛାତ୍ର ଆଇୟାନ୍ ଟକ ଏବଂ ପ୍ରସନ୍ନ ସାହୁ ଭାସି ଯାଇଥିଲେ।

ଘଟଣାସ୍ଥଳରେ ନିଖୋଜ ଦୁଇ ନାବାଳକଙ୍କ ପରିବାର ଵର୍ଗ ଉପସ୍ଥିତ ଥିବା ବେଳେ ଉକ୍ତ ଟିଉସନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି l ଗତ ୨୦ତାରିଖ ଦିନ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲଗିରି ଜଳପ୍ରପାତରେ ଦୁଇଜଣ ଯୁବକ ବୁଡି ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ପୁଣି ଦୁଇଜଣ ନାବାଳକ ଟିଉସନ ଶିକ୍ଷକଙ୍କ ଦାୟିତ୍ୱହୀନତା କାରଣରୁ ନିଖୋଜ ହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l I

ସମ୍ବନ୍ଧିତ ଖବର