ଝାରସୁଗୁଡ଼ା: ବେଲପାହାଡ଼ ଗୁମାଡ଼େରା ନୂଆଁପଡ଼ା ଠାରେ ଚାଲିଥିବା ରେଳ ଲାଇନ କାମପାଇଁ ଖୋଳା ଯାଇଥିବା ଖାତରେ ପଡ଼ି ଆଜି ସନ୍ଧ୍ୟାରେ ଦୁଇ ବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ହାୱଡ଼ା-ମୁମ୍ବାଇ ରେଳ ଲାଇନକୁ କ୍ରସ୍ କରୁଥିବା ଓପିଜିସି ରେଳ ଲାଇନ କାମ ଚାଲୁଥିବା ବେଳେ ମାଟି ପୋତିବା ପାଇଁ ଖୋଳା ଯାଇଥିବା ଗାତରେ ବର୍ଷା ପାଣି ଜମା ହୋଇ ରହିଥିଲା। ଏଠାରେ ସ୍ଥାନୀୟ ଅଞ୍ଚଳର କିଛି ଛୋଟ ପିଲା ଖେଳୁଥିବା ବେଳେ ଏହି ଖାତରେ ଖସି ପଡ଼ିଥିବା ଅନୁମାନ କରାଯାଉଛି। ଘରକୁ ନ ଆସିବାରୁ ଲୋକେ ସେହି ଖାଲରେ ଖୋଜାଖୋଜି କରି ଦୁଇ ଜଣ ବାଳକଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ବାଳକ ନିଖୋଜ ଥିବା କୁହାଯାଛି। ମୃତ ବାଳକ ମାନେ ହେଲେ ଚନ୍ଦନ ସାବତ(୯) ଓ ଅବିନାଶ ସ୍ୱାଇଁ(୧୨)ଯ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।।
ଝାରସୁଗୁଡ଼ା: ପାଣିରେ ବୁଡ଼ି ୨ ବାଳକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/06/elderly_brother_sister_found_dead_1560502711_725x725.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)