ଯାଜପୁର: ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର, କୂଅରେ ପଡ଼ି ବାଳିକାର ମୃତ୍ୟୁ

ଯାଜପୁର: ଆଜି ୨ଟି ଭିନ୍ନ ଭିନ୍ନ ଘଟଣାରେ ଯାଜପୁର ଜିଲ୍ଲାର ୨ ଜଣ ଶିଶୁ ପାଣିରେ ବୁଡ଼ିଯାଇଛନ୍ତି। ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା ନିହାରିକା ଜେନା କୂଅରେ ପଡ଼ି ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଦଶରଥପୁର ବ୍ଲକର ମଙ୍ଗଳବାର ଅନ୍ତର୍ଗତ ବିହାରୀ ପଂଚାୟତ ଅପର ସାଉଁଣ୍ଡି ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ସତ୍ୟପ୍ରକାଶ ଆଜି ଘର ଦାଣ୍ଡରେ ଖେଳୁଥିବା ସମୟରେ ରାହସୋଇ ନିକଟସ୍ଥ ନଡ଼କା ନାଳରେ ବୁଡି ଯାଇଥିଲ। ପରେ ଘର ଲୋକେ ବହୁ ଖୋଜା ଖୋଜି କରି ନପାଇବାରୁ ଓଡ୍ରାଫ ଟିମକୁ ଜଣାଇଥିଲେ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଓଡ୍ରାପ ଟିମି ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ବି ଶିଶୁପୁତ୍ରର କୌଣସି ପତ୍ତା ମିଳିନାହିଁ।

ସେହିପରି ଧର୍ମଶାଳା ଥାନା ପାଖର ଗ୍ରାମରେ ନିଜ ମାମୁ ଘରେ ରହୁଥିବା ଭାଣିଜୀ କୂଅରେ ପଡି ନିହାରିକା ଜେନାର ମୃତ୍ୟୁ ଘଟିଛି। ତାଙ୍କ ଘର କଟକ ଚୌଦାର ଅଂଚଲକରେ। ବାପାଙ୍କ ନାମ ଶୁକଦେବ ଜେନା। ସେ ନିଜ ମାମୁ ଘରେ ରହିୁଥିଲେ। ଆଜି ପାଣି ପାଇଁ କୂଅ ପାଖକୁ ଯାଇଥିବା ବେଳେ ଅନ୍ୟମନସ୍କତା ଯୋଗୁ କୂଅରେ ପଡି ଯାଇଥିଲେ। ମାମୁ ଘର ଲୋକ ବହୁ ଖୋାଜାଖୋଜି କରିବା ପରେ ଶେଷରେ ନିହାରିକାର ମୃତଦେହକୁ କୂଅରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର