ମାଳକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଉଥିବା ବେଳେ ଦୁଇଜଣ ଶିଶୁ ପାଣିରେ ବୁଡ଼ି ଯାଇଛନ୍ତି। ମୃତ୍ୟୁବରଣ କରିଥିବା ଦୁଇଜଣ ଶିଶୁ ସମ୍ପର୍କରେ ଭାଇଭଉଣୀ। ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମାରିକୁଣ୍ଡା ଗାଁର ବିବେକ ମାଡ଼କାମୀ (୬ ବର୍ଷ) ଓ ତାଙ୍କ ମାମୁଁ ଝିଅ ଭଉଣୀ ରାମେ ପଡ଼ିଆମି(୫ ବର୍ଷ) ଆଜି ସକାଳ ପାୟ ସାଢ଼େ ୧୦ଟା ବେଳେ ଗାଁ ପୋଖରିରେ ଗାଧୋଉଥିଲେ। ତେବେ ହଠାତ ଏହି ଭାଇଭଉଣୀ ଦୁଇଜଣ ପୋଖରିର ଗଭୀର ଜଳ ଭିତରକୁ ହାତଧରାଧରି ହେଇ ଖସିଯାଇଥିଲେ। ତେବେ ପିଲା ଦୁଇଟିଙ୍କ ଖୋଜି ନ ପାଇ ପରିବାର ଲୋକେ ପୋଖରି କୂଳରେ ପହଞ୍ଚିଥିଲେ। ପରେ ଶିଶୁ ଦୁଇଜଣ ପୋଖରିରେ ଭାସୁଥିବାର ଦେଖି ଉଭୟ ଶିଶୁଙ୍କ ପାଣିରୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା।
ମାଲକାନଗିରି:ଗାଧୋଉଥିବା ବେଳେପାଣିରେ ବୁଡ଼ିଗଲେ ସମ୍ପର୍କୀୟ ଭାଇ ଭଉଣୀ
/sambad/media/post_attachments/wp-content/uploads/2019/01/Sinking_Man.jpg)