ଖୋର୍ଦ୍ଧା: ପାଣିରେ ବୁଡ଼ିଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ଆଜି ସକାଳେ ଜେଜି ମା ସହିତ ଗାଧେଇବାକୁ ପୋଖରିକୁ ଯାଇଥିଲେ ଦୁଇ ନାବାଳିକା ନାବାଳିକା। ହଠାତ ଗାଧୋଉ ଗୋଧାଉ ଗଭୀର ପାଣି ଭିତରକୁ ହାତ ଧରାଧରି ହାଇ ପଶି ଯାଇଥିଲେ। ଗଭୀର ପାଣିରେ ଦୁଇ ଜଣ ବୁଡ଼ି ଯାଉଥିବା ଦେଖି ଜେଜିମା ପାଣିରେ ପଶି ସେମାନଙ୍କୁ ଉଦ୍ଧାର କରିବା ସହିତ ପାଟି କରି ଲୋକଙ୍କୁ ଡାକିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଘମାରି ଫାଣ୍ଡି ଅନ୍ତର୍ଗତ ଅଟ୍ରି ଗ୍ରାମର ଶ୍ରାବଣୀ ବେହେରା (୫ ବର୍ଷ)ଓ କାହ୍ନ  ଆଲିଶା ବେହେରା ଗାଁ ପୋଖରିରେ ଗାଧେଇବା ପାଇଁ ସେମାନଙ୍କ ସମ୍ପର୍କୀୟ ଜେଜିମା ସହିତ ଯାଇଥିଲେ। ନାବାଳିକା ଦ୍ୱୟ ଗାଧୋଉଥିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିଲେ। ଏହା ଦେଖି ଜେଜିମା ଅନ୍ୟମାନଙ୍କୁ ବଡ଼ ପାଟିରେ ଡାକିବା ସହିତ ପାଣିରେ ପଶି ସେମାନଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଉଭୟଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ। ପରେ ଉଭୟଙ୍କୁ ଗାଁକୁ ନିଆଯାଇଛି।ମୃତ ନାବାଳିକା ଦ୍ୱୟ ଖୋର୍ଦ୍ଧା ଜିଲ୍ଲା ବାଘମାରି ଫାଣ୍ଡି ଅନ୍ତର୍ଗତ ଅଟ୍ରି ଗ୍ରାମର ରମେଶ ବେହେରାଙ୍କ କାହ୍ନ ବେହେରାଙ୍କ ଝିଅ ବୋଳି ଜଣାଯାଇଛି।

ସମ୍ବନ୍ଧିତ ଖବର