ରାଉରକେଲା: ଆଜି ପୁଣି ରେଳ ଷ୍ଟେସନରୁ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଦୁଇ ନାବାଳକ ବିହାର ୱେଷ୍ଟ ଚମ୍ପରଣ ଜିଲ୍ଲାର। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସାଉଥ ବିହାର ଏକ୍ସପ୍ରେସ୍ ରାଉରକେଲାରେ ପହଞ୍ଚିଥିଲା। ଏଥିରେ ୨ ଜଣ ନାବାଳକଙ୍କ ସମେତ ୩ ଜଣ ସାବାଳକ ଓହ୍ଲାଇଥିଲେ। ସଂପ୍ରତି ଷ୍ଟେସନରେ ସମସ୍ତ ଯାତ୍ରୀଙ୍କର କୋଭିଡ୍ ଟେଷ୍ଟ୍ କରାଯାଉଛି। ଏହି କ୍ରମରେ ସେମାନଙ୍କର ମଧ୍ୟ ଟେଷ୍ଟ୍ କରାଯାଇଥିଲା। ସେମାନଙ୍କର ଗନ୍ତବ୍ୟସ୍ଥଳ, ଠିକଣା ଆଦି ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଗତିବିଧି ସନ୍ଦେହ ହେବାରୁ ସେମାନଙ୍କୁ ରେଳବାଇ ପୁଲିସକୁ ଜିମା ଦେଇଥିଲେ। ପୁଲିସ ପଚରାଉଚରା କରିବାରୁ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡ଼ିଥିଲା। ସିଭିଲ୍ ଡିଫେନ୍ସ କମ୍ପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀ ପ୍ରମୋଦ ଦଳେଇ, ଅଜିତ ପ୍ରସାଦ, ପରୀକ୍ଷିତ ବେହେରା, ପ୍ରଣବେଶ ଷଡ଼ଙ୍ଗୀ ଓ ସୁବ୍ରତ ନାୟକ ପ୍ରମୁଖ ଉଦ୍ଧାର କରିଥିଲେ।
ରାଉରକେଲା ରେଳ ଷ୍ଟେସନରୁ ପୁଣି ୨ ନାବାଳକ ଉଦ୍ଧାର
/sambad/media/post_attachments/wp-content/uploads/2021/07/94184ce8-307e-4ff4-b95a-a693605a9e4e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)