ଅନୁଗୁଳ: ତାଳଚେର ନିକଟସ୍ଥ ସମଲ ବ୍ୟାରେଜକୁ ଗାଧୋଇବାକୁ ଯାଇ ଗୁରୁବାର ୨ ଜଣ ଯୁବକ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ ବିନୋଦ ନାଏକଙ୍କ ପୁଅ ବିଶ୍ୱରଂଜନ ନାଏକ (୨୭) ଓ କେଦାର ମହାରଣାଙ୍କ ପୁଅ କାହ୍ନୁଚରଣ ମହାରଣା (୨୭) ଗାଧୋଇବା ସମୟରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ବିଶ୍ୱରଂଜନ ଓ କାହ୍ନୁଚରଣଙ୍କ ସହିତ ଅନ୍ୟ ୩ ଜଣ ଯୁବକ ମଧ୍ୟ ଆଜି ଅପରାହ୍ଣ ୨ଟା ୩୦ରେ ଗାଧୋଇବାକୁ ଯାଇଥିଲେ। ଏମାନେ ସମସ୍ତେ ଓପିଟିସିଏଲ ଟର୍ବାଇନ୍ର ପାଣି ଯେଉଁଠି ପଡୁଛି, ସେଠାରେ ଗାଧୋଉଥିଲେ, ଯେଉଁଠାରେ କି ପାଣିର ଗଭୀରତା ପ୍ରାୟ ୨୦ ଫୁଟ ହେବ। ଉଭୟ ଯୁବକ ପହଁରିବା ଶିଖି ନଥିବାରୁ ବୁଡ଼ିଯାଇଥିଲେ। ଜଣେ ସାଙ୍ଗ ବିଜୟ ମହାନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।
ବ୍ରାହ୍ମଣୀ ନଦୀରେ ଥିବା ଓପିଟିସିଏଲ ପ୍ରକଳ୍ପ ନିକଟରେ ଏହି ଘଟଣା ଘଟିଛି। ନଦୀରେ ଗାଧୋଉଥିବା ଅନ୍ୟ ଲୋକମାନେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକେ ମିଶି ମୃତଦେହ ଗୁଡ଼ିକ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/01Bignews-English.jpg)