ଛତିଶଗଡର ସୁକମାରେ୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ଦୁଇ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଭେଜ୍ଜି ଥାନା ଅଂଚଳରେ ସିଆରପିଏଫ ଏବଂ ଜିଲ୍ଲା ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ନକ୍ସଲକୁ ଗିରଫ କରିଥିଲେ। ସେମାନେ ହେଲେ ଜନମିଲିସିଆ ସଦସ୍ୟ ଉଇକେ ଆୟୀତା ଏବଂ ମଡକମ ହଡମା। ଏମାନେ ଗତ ମାସରେ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ହତ୍ୟା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଏମାନଙ୍କୁ ଗିରଫ କରିବା ପରେ ଦୁହିଁଙ୍କୁ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର