ଉମରକୋଟ: ଛତିଶଗଡ଼ର ମେନପୁର ନିକଟ ଧବଲପୁରରେ ଅନ୍ୟ ଏକ ଗାଡ଼ିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ନିରଞ୍ଜନ ପାତ୍ର ଓ ଚରଣ ଗୌଡ଼। ଗୁରୁତରମାନଙ୍କୁ ଛତିଶଗଡ଼ର ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
/sambad/media/post_attachments/wp-content/uploads/2021/01/82494987-905e-4601-97bf-b44032ce9c92-1024x571.jpg)
ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ୧୩୦ ନମ୍ବର ଜାତୀୟ ରାଜପଥର ଧବଲପୁର ନିକଟରେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ (ସିଜି ୦୫ୟୁ-୧୨୮୫) ଅନ୍ୟ ଏକ ଗାଡିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ବୋଲେରୋର ଟାୟାର ଫାଟି ଯାଇଥିଲା ଏବଂ ରାସ୍ତା ଉପରେ ପାଞ୍ଚ ପାଲଟି ମାରିଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୮ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହର ଓ ବେହେଡ଼ା ପଞ୍ଚାୟତର ଲୋକ ରହିଥିଲେ। ଗାଡିରେ ମୋଟ ୧୦ ଜଣ ଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ପଦମଝରି ଗାଁର ଡ୍ରାଇଭର ନିରଞ୍ଜନ ପାତ୍ରଓ ଅନ୍ୟ ଜଣେ କେରିପଦର ଗାଁର ଚରଣ ଗୌଡ଼ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/9a8d987a-66eb-4ca9-b0f6-15660dbce761.jpg)
