କୋରାପୁଟ: ଆଜିଠୁ ୟୁଟ୍ୟୁବରେ ଆରମ୍ଭ ହୋଇଛି ପାଠପଢା। ହେଲେ ଏହାର ସୁବିଧା ନେଇପାରି ନାହାଁନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦୁଇ ପଞ୍ଚାୟତରେ ରହୁଥିବା ଛାତ୍ରଛାତ୍ରୀ। ଆରମ୍ଭରୁ ହିଁ ଝୁଣ୍ଟିଛି ୟୁଟ୍ୟୁବରେ ଶିକ୍ଷାଦନ ପ୍ରକ୍ରିୟା। ନେଟୱାର୍କ ରହୁ ନ ଥିବାରୁ ଆଜି ଶତାଧିକ ଛାତ୍ରଛାତ୍ରୀ ଏହି ସୁବିଧାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସବୁଠୁ ବଡକଥା ହେଲେ ନେଟ୍ୱାର୍କ ନ ଥିବାବାରୁ ଛାତ୍ରଛାତ୍ରୀମାନେ ପାଠ ପଢିପାରୁ ନ ଥିବାନେଇ ଜିଲ୍ଲାପାଳଙ୍କୁ ଦ୍ବାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ୮୦୦୦ ପରିବାର ପରିବାର।
ଏହି ଅଞ୍ଚଳରେ ଓଳିଏ ଓଡ଼ିଶା ପଟୁ ନେଟୱାର୍କ ରହିଲେ ଆର ଓଳିକୁ ନେଟ୍ୱାର୍କ ନାହିଁ। ଆନ୍ଧ୍ର ପଟୁ ବିଭିନ୍ନ ନେଟୱାର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟ୍ୱାର୍କ ଆସୁଥିବାବେଳେ ଓଡ଼ିଶା ପଟୁ ଜମା ନେଟୱାର୍କ କାମ କରୁନାହିଁ। ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୋଡିହାଞ୍ଜର ଓ ବିଲେଲ୍ ଗ୍ରାମପଞ୍ଚାୟତର ୮୦୦୦ ପରିବାର। ଏନେଇ ପୂର୍ବରୁ ଦେଇଥିବା ଅଭିଯୋଗ ପୂରଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଆସନ୍ତା ଦିନରେ ଦାବି ପୂରଣ ନ ହୁଏ ତେବେ ରାଜରାସ୍ଥାକୁ ଓହ୍ଲେଇବେ ବୋଲି ଦାବି କରିଛନ୍ତି। ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କେଉଁ କାଳରୁ ରହି ଆସୁଛନ୍ତି ଗୋଡିହାଞ୍ଜର ଓ ବିଲେଲ୍ ଗ୍ରାମପଞ୍ଚାୟର ଅଧିବାସୀ। ଗୋଡିହାଞ୍ଜର ଜିପିର ବନ୍ଧପଡା, ଗୋଡିହାଞ୍ଜର, ସାନକିଛବା, ବଡକିଛବା, ବାଙ୍ଗୁରୁପଡା ଓଅନୁଙ୍ଗୁକୁ ନଟେ୍ୱାର୍କ ଆସୁ ନ ଥିବାବେଳେ ବେଲେଲ୍ ଜିପିର ଲୁଗୁମୁ, ତମା, ପଲାମ୍, ମରଦା, ବେଲେ୍ଲ, ଚିଲିବା ଓ ଓରାବରିକୁ ସମୁବେଳେ ନେଟ୍ୱାର୍କ ଆସୁ ନାହିଁ। ଏକାଧିକ ସମୟରେ ଏହି ଅଞ୍ଚଳରେ ଟେଲି ଯୋଗାଯୋଗ ସମ୍ପର୍ଣ୍ଣ ହୋଇପାରୁନି।
ଫଳରେ ନାହିଁ ନ ଥିବା ହଇରାଣ ହେଉଥିବା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ପାଖାପାଖି ଦୁଇ ବର୍ଷ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ବିଶେଷକରି କୋରାପୁଟ ପରି ଉପାନ୍ତ ଅଞ୍ଚଳରେ ନେଟ୍ୱାକର୍ ସମସ୍ୟା ହେତୁ ପିଲାଙ୍କ ପାଠପଢାରେ ବିଶେଷ ପ୍ରଭାବ ପକାଇଛି। ସ୍କୁଲ, ଟିଉସନ ସବୁ ବନ୍ଦ ହୋଇଥିବାବେଳେ କୋରାପୁଟରେ ଅନଲାଇନରେ ଶିକ୍ଷା ପ୍ରଦାନ ବାଟବଣା ହୋଇଛି। ଏହି ଜିଲ୍ଲାରେ ରହିଥିବା ଏକାଧିକ ବ୍ଲକରେ ନେଟ ନ ଥିବାରୁ ଅନ୍ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା ସରି ଯାଉଛି। ଯାହା ବି ହେଉ, ଘରୋଇ ସ୍କୁଲ ପିଲାମାନଙ୍କର ଅନ୍ଲାଇନ କ୍ଲାସ ଜାରି ରହିଥିବାବେଳେ ବେଶି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ବ୍ଲକରେ ରହୁଥିବା ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ।
ଏଇ ପରିପ୍ରେକ୍ଷୀରେ ଆଜିଠୁ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଆରମ୍ଭରୁ ବାଟବଣା ହୋଇଛି। ଅନ୍ୟପକ୍ଷରେ ଏହି ଉପାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ମୋବାଇଲ ନାହିଁ। ଯାହା ନିକଟରେ ମୋବାଇଲ ଅଛି ପ୍ରତିଦିନ ପ୍ରାୟ ଦୁଇ ଜିବିରୁ ଅଧଇକ ଡାଟା ଆବଶ୍ୟକ ପଡୁଛି। ଯେଉଁଠି ପ୍ରତିଦିନ ଖାଦ୍ୟ ପାଇଁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ସମସ୍ୟା ଭୋଗୁଛନ୍ତି ସେଠାରେ ପ୍ରତିଦିନ ଦୁଇ ଜିବି ଡାଟା କିପରି ପାଇବେ ଏହି ଗାଁର ଲୋକେ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/kpt-youtube-chaluni-lamtaput.jpg)