ଅଜଣା ଗାଡ଼ି ଧକ୍କାରେ ୨ ମୃତ

ରାଉରକେଲା: ୧୪୩ ନଂ ଜାତୀୟ ରାଜପଥର କାର୍ମେଲ ସ୍କୁଲ ନିକଟରେ ଅଜଣା ଟ୍ରକ ଧକ୍କାରେ ଦୁଇ ମୋଟର ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ଟିମ୍‌ଜୋରର ଅଭିନାଶ କଙ୍ଗାଡି (୨୪), କୁଆରମୁଣ୍ଡାର କରଣ କୁଜୁର (୨୧)। ଜଲଦା ଫାଣ୍ଡି ପୁଲିସ ଦୁହିଁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟରବାଇକ୍‌ (ଓଆର୍‌ ୧୪ୱାଇ-୩୪୪୩)କୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ୭ଟାରେ ଅଭିନାଶ ଓ ତା’ର ସାଙ୍ଗ କରଣ ମୋଟରବାଇକ୍‌ରେ ପାନପୋଷରୁ ଲାଠିକଟା ଆଡକୁ ଯାଉଥିଲେ। ସାରନଗରୀ କାର୍ମେଲ ସ୍କୁଲ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ମୋଟରବାଇକ୍‌ ଧକ୍କା ଦେଇଥିଲା। ଦୁହେଁ ମୋଟରବାଇକ୍‌ ସହ ରାସ୍ତା ଉପରେ ପଡିଯିବାରୁ ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ିଯାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିଲେ। ଖବର ପାଇ ଜଲଦା ଫାଣ୍ଡି ପୁଲିସ ପହଞ୍ଚି ଉତ୍ତେଜିତ‌ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇବା ପରେ ଦୁଇ ଯୁବକଙ୍କ ଶବତ କରିଥିଲେ।

ସମ୍ବନ୍ଧିତ ଖବର