ମାଲକାନଗିରି: ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ୨ ମୃତ, ଟାର୍ଗେଟରେ ଥିିଲେ ସୁରକ୍ଷା କର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତଛତିଶଗଡ଼ର ସୁକମା ଜିଲ୍ଲାର ଦର୍ନାପାଲି ଥାନା ମାଟାଗୁଡ଼ୁମ ଜଙ୍ଗଲ ରାସ୍ତାରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ବିଛାଇଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ଦୁଇଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି।ସୁରକ୍ଷା କର୍ମୀମାନେ ଗତକାଲି ଏହି ରାସ୍ତା ବ୍ୟବହାର କରି ନ ଥିବାରୁ ବର୍ତ୍ତିିର୍ ଯାଇଥିବା କୁହାଯାଉଛି।
ଗତକାଲି ଅପରାହ୍‌ଣରେ ସାପ୍ତାହିକ ହାଟରୁ ଜଣେ ମହିଳା ଓ ଜଣେ ପୁରୁଷ ଜଙ୍ଗଲ ରାସ୍ତା ଦେଇ ଗାଁକୁ ଫେରୁଥିବା ବେଳେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ସଟି ବିସ୍ଫୋରଣ ଘଟିଥଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଅପରାହ୍ଣରେ ଏହି ଅଘଟଣ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନାହିଁ। ଅପରପକ୍ଷେ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ ସି ଆର ପି ଏଫ ଏସ ଟି ଏଫ, ଡି ଆର ଜି ଓ ଜିଲ୍ଲା ପୁଲିସର କମାଣ୍ଡୋମାନେ ମିଳିତ ଭାବେ ମାଟାଗୁଡ଼ୁମ୍‌ ଜଙ୍ଗଲରେ କୁମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି।

ସମ୍ବନ୍ଧିତ ଖବର