ନୂଆପଡ଼ା/ଖରିଆରରୋଡ଼: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ପୁଲିସ୍ ବାଇକ୍ ଓ କେବୁଲ ତାର ଚୋରି କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଖରିଆରରୋଡ଼ ହାଇସ୍କୁଲ ପଡ଼ା ଓ ଡାକ୍ତରଖାନା ସମ୍ମୁଖରୁ ବାଇକ୍ ଓ ସ୍କୁଟି ଚୋରି କରିବା ସହ କଲମିଦାଦର ଓ ପରକୋଡ଼ଠାରୁ କେବୁଲ ତାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଆଜି ହାଇସ୍କୁଲପଡ଼ାର ଅବଦୁଲ ଜମିର (୨୯) ଓ ପଟେଲନଗରର ଶେର ଖାନା (୩୮)ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଉଦ୍ଧାର କରିଥିବା ଜୋଙ୍କ ଥାନାଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।
ବାଇକ୍ ଓ କେବୁଲ ତାର ଚୋରି, ୨ ଗିରଫ
/sambad/media/post_attachments/wp-content/uploads/2023/08/b5e66da7-2cbd-44e1-aec7-48e354510865.jpg)