ବାଘନଖ ସମେତ ବଜ୍ରକାପ୍ତା କାତି ଜବତ ୨ ଗିରଫ, ଚାଲାଣ ପାଇଁ ଚାଲିଥିଲା ଯୋଜନା

ନୂୂଆପଡ଼ା/ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀ ଜୀବଜନ୍ତୁଙ୍କ ନଖ, ଚମଡ଼ା, କାତି ଆଦି ଚୋରା ଚାଲାଣ ବେଳେ ଛତିଶଗଡ଼ ପ୍ରସାଶନ ଚଢାଉ କରି ଅନେକ ଥର ମାଫିଆ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଲେ ଆଜି ସ୍ଥାନୀୟ ବନ ବିଭାଗ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଏଥି ସହିତ ବନ ବିଭାଗ ବନ୍ୟଜନ୍ତୁଙ୍କ ବାଘନଖ ଓ ବଜ୍ରକାପ୍ତା ସମେତ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ଆଜି ଅପରାହ୍ନରେ ସିନାପାଲି ସହରରେ ଏସବୁ ଜିନିଷ ବିକ୍ରୟ ପାଇଁ ବୁଲୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆଜାଦ ରାଜପୁତ (୨୯) ରାହୁଲ ରାଜବାଡା (୪୧)।

ବାଙ୍ଗାଲୋରରୁ ଆସି ଭବାନୀପାଟଣା ନିକଟସ୍ଥ ଡଙ୍ଗରିପଡାରେ ବସତି ସ୍ଥାପନ କରି କଲାହାଣ୍ଡି, ନୂଆପଡା, ବଲାଙ୍ଗୀର ସମେତ ସୀମାନ୍ତ ଛତିଶଗଡ଼ ଅଞ୍ଚଳର ବିଭିନ୍ନ ଗାଁଗଣ୍ଡାରେ ଏହି ଚୋରା ବେପାର କରୁଥିବା ଜଣାପଡିଛି। ଆଜି ସିନାପାଲି ବନ ବିଭାଗ ଓ ପୁଲିସ କୌଣସି ସୁତ୍ରରୁ ଖବର ପାଇ ସିନାପାଲି ସହରର ରାବଣ ଛକ ନିକଟରେ ବିକ୍ରି କରୁଥିବା ବେଲେ ଅଭିଯୁକ୍ତ ଦୟଙ୍କୁ କାବୁ କରି ସିନାପାଲି ଥାନା ଓ ପରେ ସିନାପାଲି ବନ ବିଭାଗକୁ ସ୍ଥାନାନ୍ତର କରାଯାଇ ପଚରାଉଚରା ଚାଲିଛି।

ଏସମ୍ପର୍କରେ ଖଡିଆଳ ଉପବନ ଖଣ୍ଡ ଅଧିକାରୀ ଜୟରାମ ଶବର ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ପ୍ରକୃତରେ ବାଘନଖ ଓ ବଜ୍ରକାପ୍ତା ନା ନାହି ତାହାର ସତ୍ୟତା ଓ ଅନୁସନ୍ଧାନ ଯାଣିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ସିନାପାଲି ବନ ବିଭାଗ ଫରେଷ୍ଟର ଖଗେଶ୍ୱର ମାଝି, ସିନାପାଲି ପୁଲିସ ଏସଆଇ କୁଲମଣି ବୁରଦା, ସମେତ ଅନେକ ଅଧିକାରୀ ଚଢାଉ ରେ ସାମିଲ ରହି ବନ୍ୟ ସାମଗ୍ରୀ ଜବତ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର