ନୂଆପଡ଼ା/ଜୁନାଗଡ଼: ନୂଆପଡ଼ା ଜିଲ୍ଲା ଲଖନା ଥାନା ଛନପାଣି ଗ୍ରାମର ଜଣେ ଯୁବକ ହ୍ବିଲ୍ ଚେୟାର୍ରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ଗ୍ରାମର ବାବୁରାମ ମାଝୀ (୩୨ ବର୍ଷ) ଚେୟାର୍ରୁ ହଠାତ୍ ପଡ଼ି ଯାଇଥିଲେ। ତୁରନ୍ତ ପରିବାର ଲୋକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାବୁରାମଙ୍କୁ ଡାକ୍ତର ମୃତ ଘୋଷଣ କରିଥିଲେ। ଲଖନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା କୋଳିଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଝିକିପଡ଼ା ଗ୍ରାମର ବିନୋଦ ମାଝୀ (୨୩)। ଶନିବାର ସନ୍ଧ୍ୟାରେ ଜୁନାଗଡ଼-କଲମପୁର ରାସ୍ତାର କୋଳିଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead.jpg)