ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନର ଆମ୍ବଝରା ଜଙ୍ଗଲରୁ ବାରହା ଶିକାର କରି ନେଉଥିବା ବେଳେ ବନ ବିଭାଗ ଦୁଇ ଜଣଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଏକ ମଟର ସାଇକଲ ଜବତ କରାଯାଇଥିବା ତାରସିଂ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ସୂଚନା ଦେଇଛନ୍ତି। ଏଥିସହ ସେମାନେ ଶିକାର କରିଥିବା ବାରହା କିଛି ଅଂଶ ଅର୍ଥାତ୍ ୫ କେଜି ମାଂସ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କୋକଳବା ଗ୍ରାମର ସୁର୍ନଜୟ ପ୍ରଦାନ(୩୫) ଏବଂ ତ୍ରିଲୋଚନ ପ୍ରଧାନ(୫୫)। ଉଭୟେ ଏକ ବାଇକ୍ରେ ଗାୟଗଣ୍ଡା ନିକଟ ଆମ୍ବଝରା ଜଙ୍ଗଲରୁ ଏକ ବାରହା ଶିକାର କରି ଫେରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାଂସ ଓ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଥିଲେ। ଏ ସଂକ୍ରାନ୍ତରେ କେସ୍ ନମ୍ବର ୧୩୭ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀମତୀ ଦିଗାଲ ପ୍ରକାଶ କରିଛନ୍ତି। ଏହି ଚଢଉରେ ବନପାଳ ମାନସ ରଞ୍ଜନ ପ୍ରଧାନ, ବନରଖୀ ଅଶୋକ ସେଠୀ, ଶିବପ୍ରସାଦ ବିଷୋୟୀ ପ୍ରମୁଖ ସାମିଲ ଥିଲେ।
ଆମ୍ବଝରା ଜଙ୍ଗଲରୁ ୨ ବାରହା ଶିକାରୀ ଗିରଫ, ୫ କେଜି ମାଂସ ସହ ଦେଶୀ ବନ୍ଧୁକ ଜବତ
/sambad/media/post_attachments/wp-content/uploads/2021/09/BNJ-BJ-sikari-giraf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)