ରାୟଗଡ଼ା: ଗୁଡ଼ାରି ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ ସମୟରେ ଦୁଇଜଣ ଶିକାରିକୁ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି। ଅଭିଯୁକ୍ତ ୨ ଶିକାରୀ ହେଲେ ଗୁଡ଼ାରି ବନଖଣ୍ଡ ଅଧୀନ ଲକ୍ଷ୍ମୀପୁର ଗ୍ରାମର ଶୁରେଶ କୈବର୍ତ୍ତ ଓ ପୂର୍ଣ୍ଣ କାଡ୍ରାକା।
ଘଟଣା ଅନୁଯାୟୀ ଠେକୁଆ ଶିକାର କରି ଦେଶୀ ବନ୍ଧୁକ ଧରି ଶିକାରୀ ବୁଲିବା ସମୟରେ ଗୋପାଳପୁର ନିକଟରେ ବନ ବିଭାଗର କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲେ। ବନ ବିଭାଗ ଦୁଇ ଅଭିଯୁକ୍ତମାନଙ୍କ ଠାରୁ ମଲା ଠେକୁଆ ସହ ବନ୍ଧୁକ, କିଛି ଆଲୁମିନିୟମ୍ ତାର ଓ ବାଇକୁକୁ ଜବତ କରିଛି। ବନ ବିଭାଗ ଆଜି ଦୁଇ ଜଣ ଶିକାରୀଙ୍କୁ ଗୁଣୁପୁର କୋର୍ଟ ଚାଲାଣ କରିଛି। ଜବତ ଠେକୁଆର ମୃତଦେହକୁ ଶବ ବ୍ୟବଛେଦ କରାଯାଇଛି।
/sambad/media/post_attachments/wp-content/uploads/2023/12/Rgda-sikari-o-gun-jabat-2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-sikari-o-gun-jabat-3.jpg)