ପୂର୍ବ ବିବାଦରୁ ହତ୍ୟା ଘଟଣା: ୨ କୋର୍ଟ ଚାଲାଣ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବିଲୋସାଥି ଗ୍ରାମ ଓ ତାର ସଂଲଗ୍ନ ସୋଲବନ୍ଧ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ବିବାଦରୁ ହତ୍ୟା ମାମାଲା ସମ୍ପର୍କରେ ପାଟଣାଗଡ଼ ପୁଲିସ ଅଟକ ରଖିଥିବା ଦୁଇ ଜଣଙ୍କୁ ଶନିବାର କୋର୍ଟ ଚଲାଣ କରିଥିବା ଜଣାପଡିଛି।
ଏହି ବ୍ଲକ ଅନ୍ତର୍ଗତ ବିଲେଇସାଥି ଓ ସୋଲବନ୍ଧ ଗ୍ରାମର ସାହୁ ଓ ବେହେରା ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲାା ଗତ ୧୪ ତାରିଖରେ ଏହି ବିବାଦ କ୍ରମଶ ଉଗ୍ର ରୂପ ନେଇ ମାରପିଟ ହୋଇଥିଲା। ଏଥିରେ କାଠଫାଳିଆ ତଥା ବାଡି ସାହାଯ୍ୟରେ ମାଡ ହୋଇଥିବା ଯୋଗୁଁ ଓମକ ପ୍ରକାଶ ବେହେରା ନାମକ ଯୁବକର ଜଣକର ମୃତ୍ୟୁ ଘଟିଥିବା ବେଳେ ମହଦା ମାଝୀ ଗୁରୁତର ଭାବେ ଆହାତ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି।

ତେବେ ୧୪ ତାରିଖ ଠାରୁ ପାଟଣାଗଡ଼ ପୁଲିସ ବଲେଇସାଥି ଗ୍ରାମର ଚତୁର୍ଭୁଜ ସାହୁ, ସଞ୍ଜୟ ସାହୁଙ୍କ ଟ୍ରାକ୍ଟର ଡ୍ରାଇଭର ରୁଦ୍ରେଶ୍ବର ଭୁକ୍ତା ଓ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଥିଲାା ପଚରା ଉଚୁରା କରିବା ପରେ ଚତୁଭୁର୍ଜ ସାହୁ ଓ ରୁଦ୍ରେଶ୍ବର ଭୁକ୍ତାକୁ ଶନିବାର ପୁଲିସ କୋର୍ଟ ଚାଲାର କରିଥିବା ଜଣାପଡିଛି। ତେବେ ଘଟଣାଟି ଦୁଇ ପରିବାରର ପୂର୍ବ ବିବାଦ ଓ ନିକଟସ୍ଥ ନଦୀରୁ ବାଲି ଉଠାଯିବାକୁ ନେଇ ହୋଇଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି, ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ, ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସମ୍ପୃକ୍ତ ଥିବା ଏବଂ ସେମାନେ ଫେରାର୍ ମାରିଥିବା, ପୁଲିସ ସେମାନଙ୍କୁ ଖୋଜୁଥିବା ନେଇ କହିଛନ୍ତି ପାଟଣାଗଡ଼ ଏସଡିପିଓ ସୁରେଶ କୁମାର ନାଏକ।

ସମ୍ବନ୍ଧିତ ଖବର