ଭଦ୍ରକ: ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବିଦେିପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ସକାଳୁଆ ସ୍କୁଲ ପରେ ଘରକୁ ଫେରି ପୋଖରିରେ ଗାଧୋଉଥିବା ବେଳେ ଦୁଇଭଉଣୀ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ସୂଚନାପାଇ ଗାଁ ଲୋକେ ପୋଖରିରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନେଇଥିଲେ। ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିଦେଇପୁର ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ଦୁଇ ଝିଅ ମାମୁନୀ(୧୦ ବର୍ଷ) ଓ ପପୁନୀ( ୮ ବର୍ଷ) ସ୍କୁଲରୁ ଫେରି ଗାଧୋଉଥିବା ବେଳେ ପୋଖରିରେ ସେମାନଙ୍କ ଗୋଡ଼ ଖସିଯାଇଥିଲା ଓ ଦୁଇ ଭଉଣୀ ଧରାଧରି ହୋଇ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ଉଭୟଙ୍କୁ ପୋଖରିରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ଦୁଇଭଉଣୀଙ୍କର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧିତ ଖବର