ଖୋର୍ଦ୍ଧା: ମାମୁଁ ଘରକୁ ବୁଲି ଆସି ପୋଖରିରେ ବୁଡ଼ିଗଲେ ଦୁଇ ଭଉଣୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଉରୁମି ଗ୍ରାମରେ ଥିବା ମାମୁଁ ଘରକୁ ବୁଲି ଆସିଥିବା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଦୁଇ ଭଉଣୀ ମାମୁଁ ଗାଁ ପୋଖରିରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।ଏହି ଦୁଃଖଦ ଘଟଣାରେ ସମଗ୍ର ଗାଁ ଶୋକାଭିଭୂତ ହୋଇ ପଡ଼ିଛି। ଉଭୟଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ଏହି ଦୁଇ ଭଉଣୀଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୋରଣ ଗ୍ରାମର ଲୋପମୁଦ୍ରାର ଜେନା (୧୩ ବର୍ଷ) ଓ ଗୌରୀ ଜେନା(୮ ବର୍ଷ) ଗତକାଲି ମାମୁଁ ଗାଁ ଉରୁମି ଗ୍ରାମକୁ ବୁଲିବାକୁ ଆସିଥିଲେ। ସେମାନେ ଆଜି ସକାଳେ ପୋଖରିରେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣିକୁ ସେମାନଙ୍କ ପାଦ ଖସିଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତଖାନାକୁ ଅଣାଯାଇଥିଲାା। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟିସାରିଥିଲା।

ସମ୍ବନ୍ଧିତ ଖବର