ରାଷ୍ଟ୍ରୀୟ ଲୋକ ଅଦାଲତ; ୨୬୮ଟି ମାମଲା ଫଇସଲା

ଜୟପୁର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଠାରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇ ଯାଇ ଅଛି। ଜୟପୁର ଠାରେ ହୋଇଥିବା ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ, ଜନଉପଯୋଗୀ ସେବା କେନ୍ଦ୍ର, ଜୟପୁରର ଅଧକ୍ଷ ସରୋଜ କୁମାର ସାହୁ, ଭିଜିଲାନସ ଜଜ୍ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲାଜଜ୍ ରାଜେଶ ନାୟର, ସି.ଜେ.ଏମ. ପ୍ରଣତୀ ପଟ୍ଟନାୟକ, ରେଜିଷ୍ଟ୍ରାର୍ ସିଭିଲ କୋର୍ଟ ଶରତ କୁମାର ଜେନା, ବରିଷ୍ଠ ଦେୱନୀ ବିଚାରପତୀ ମୁଶରାତ ଜାହିନ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଗୌତମ ମିଶ୍ର, ମହିଳା କୋର୍ଟ ବିଚାରପତୀ ଅଞ୍ଜଳୀ ମାଛଖଣ୍ଡ, ଏସ.ଡି.ଜେ.ଏମ୍ ସନ୍ତୋଷ କୁମାର ପାଣୀଗ୍ରାହୀ, ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଚରଣ କୁମାର ଜେନା, ପଲ୍ଲବୀ ପ୍ରୀୟଦର୍ଶନୀ ଦାଶ, ବିମଳାଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଭାଗ ନେଇଥିଲେ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ମୋଟ ୦୬ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରାଯାଇ ୩୩,୫୫୦୦୦ ଟଙ୍କା ଧାର୍ୟ୍ୟ କରଯାଇଥିଲା। ୧୧ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ୧୧ ଗୋଟି ନେଗୋଟିଏଭଲ ଇନିଷ୍ଟ୍ରୁମେଣ୍ଟ ଆକ୍ଟ ମକଦ୍ଧମାର ପଇସଲା କରି ୧୭,୪୩୨୯୦ ଟଙ୍କା , ୨୪ଟି ବ୍ୟାଙ୍କ ରୁଣ ଆଦାୟ ମାମଲା ବିଚାର କରାଯାଇ ୩୪,୨,୨୩୯୨୮ ଟଙ୍କା, ଦୁଇଟି ପାରିବାରିକ ବୈବାହିକ ମାମଲା, ୧୦ ଟି ଦେୱାନୀ ମାମଲା, ୧୫୧ ଗୋଟି ବିଭିନ୍ନ ଅନ୍ୟାନ୍ୟ ଫୌଜଦାରୀ ମାମଲାର ପଇସଲା କରଯାଇଥିଲା।

ଏଥିରେ ବିଭିନ୍ନ ବ୍ୟାଙ୍କ ଭାଗ ନେଇ ମୋଟ ୩୪ ଗୋଟି ବ୍ୟାଙ୍କ ରୁଣ ମାମଲାର ପ୍ରାକଃ ମକଦ୍ଧମା ସ୍ତରରେ ସମାଧାନ କରାଯାଇ ୧୧୨୦୦୦ ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରଯାଇଥିଲା। ସେହିପରି ୧୯ ଗୋଟି ଅନ୍ୟାନ୍ୟ ଦେୱାନୀ, ପାରିବାରିକ ଓ ଲୋକ ଉପଯୋଗୀ ମାମଲାର ପଇସଲା କରାଯାଇ ୧୭,୨୧୬୩ ଟଙ୍କା ଧାର୍ଯ୍ୟ କରଯାଇଥିଲା। ଏହି ଲୋକ ଅଦାଲତର ବିଭିନ୍ନ ବେଞ୍ଚ ଗଠନ କରଯାଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର, ଦାଶରଥି ପଟ୍ଟନାୟକ, ତ୍ରିନାଥ ସିଂହ ଲାଲ, ଲାଲ ମୋହନ ମିଶ୍ର, ପି.ବ୍ରହ୍ମାନନ୍ଦ ରାଓ, ତାରିଣୀ ପାଣିଗ୍ରାହୀ, ସୁନୀଲ କୁମାର ମହାନ୍ତି, ମନୋଜ ମାଳା ଦୀନବନ୍ଧୁ, ଡ଼ି ଶେଷାଗିରି ରାଓ ଓ ଚିନ୍ମୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମାମଲା ମାନଙ୍କର ଫଇସଲାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର