ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଥିବା ଏକ ବିଦ୍ୟାଳୟର ୨ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ଗତକାଲି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ସଂପୃକ୍ତ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେଥି ମଧ୍ୟରୁ ୨ଜଣ ଛାତ୍ରୀଙ୍କୁ କରୋନା ପଜିଟିଭ ଥିବା ଜଣା ପଡିଥିଲା। ଗତ କିଛି ଦିନ ତଳେ ପ୍ରଶାସନ ତରଫରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ପାଇଁ ବିଦ୍ୟାଳୟ ଖଲାଯାଇଥିଲା। ଵର୍ତମାନ ଝରିଗାଁରେ ୨ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଶିକ୍ଷକ ଓ ଅଭିଭାବକ ମହଲରେ ଛନକା ପଶିଛି। ତେବେ ଆଜି ବିଦ୍ୟାଳୟକୁ ସମ୍ପୂର୍ଣ ବିଶୋଧନ କରାଯାଇଥିବା ସ୍କୁଲ ସଭାପତି ସୂଚନା ଦେଇଛନ୍ତି।
ଝରିଗାଁରେ ୨ ଛାତ୍ରୀଙ୍କୁ କରୋନା
/sambad/media/post_attachments/wp-content/uploads/2021/01/4a22676e-d439-464f-9035-60d8b4c89caf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)