ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଭାସିଯାଇ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ହିମାଂଶୁଙ୍କ ମୃତଦେହକୁ ୧ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ୩ଘଣ୍ଟା ପରେ ମାନସଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପନ୍ଦାଡ଼ ଗାଁର ପଦ୍ମନାଭ ଦାସଙ୍କ ପୁଅ ୧୦ମ ଶ୍ରେଣୀର ଛାତ୍ର ମାନସ ଦାସ ଏବଂ ଅନ୍ୟ ଜଣକ ନିକଟସ୍ଥ ପଦରୁଖା ଗାଁର ବିଶ୍ୱନାଥ ରାଉତଙ୍କ ପୁଅ ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ।

Advertisment

କେନାଲରେ ଆଜି ଦିନ ଗୋଟାଏ ବେଳେ ଚାରି ଜଣ ଛାତ୍ର ସାଙ୍ଗ ହୋଇ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ଏହି ଦୁଇ ଜଣ ଭାସିଯାଇ ନିଖୋଜ ହୋଇଯାଇ ଥିଲେ । ଖବର ପାଇ ହାଟଡ଼ିହି ଓ ଆନନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କେନାଲରେ ପାଣି ଛାଡ ହୋଇଥିବାରୁ ୧୫ଫୁଟ ଉଚର ପାଣି ପ୍ରବାହିତ ହେଉଥିଲା। ଫଳରେ ଉଦ୍ଧାର କରିବାରେ ବିଳମ୍ବ ଘଟିଥିଲା। ଏପରି ଦୁଃଖଦ ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।