ଫାସି ଲଗାଇ ୨ଟି ସ୍ଥାନରେ ଦୁଇଜଣଙ୍କ ଆତ୍ମହତ୍ୟା; ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରୁପସା ଥାନା ବରୁଣଗଡିଆ ପଞ୍ଚାୟତର ସଦାନନ୍ଦପୁର ଗ୍ରାମର ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ନାମ ଗୀତାଞ୍ଜଳି ପରିଡ଼ା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗ୍ରାମର ଶଙ୍କର୍ଷଣ ପରିଡ଼ାଙ୍କ ଝିଅ ଗୀତାଞ୍ଜଳି ପରିଡା (୧୯) ସୋମବାର ଘରେ ଏକା ଥିଲେ। ଘରେ ଏକା ରହିବାର ସୁଯୋଗ ନେଇ ଦିନ ୧୦.୩୦ ସମୟରେ ସେ ଏକ ଆପ୍ରୋନ୍‌ ସାହାଯ୍ୟ ନିଜର ଶୋଇବା ଘର ଫ୍ୟାନ୍‌ରେ ଫାସି ଦେଇ ଦେଇଥିଲେ।

Cases filed after two 'commit suicide' in Dahod and Vadodara ...

ପରିବାରଲୋକ ଘରକୁ ଆସିବା ପରେ ଭିତର ପଟରୁ କାବଟ ବନ୍ଦ ଥିବା ଦେଖି ଗୀତାଞ୍ଜଳିଙ୍କୁ ଡାକି ଥିଲେ। କିନ୍ତୁ ଭିତର ପଟୁ କୌଣସି ଉତ୍ତର ନଆସିବାରୁ ସ୍ଥାନୀୟ ଲୋକେ କବାଟ ଭାଙ୍ଗି ଦେଇଥିଲେ। ଏହାପରେ ଉକ୍ତ କଠୋରିରେ ଗୀତାଞ୍ଜଳିଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗୀତାଞ୍ଜଳିଙ୍କୁ ସେଠାରୁ ଉଦ୍ଧାର କରି ବସ୍ତା ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଗୀତାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ କିଛି ଜଣାପଡି ନଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସେହିପରି ସିଂଲାଥାନା ଇଡିଦା ପଞ୍ଚାୟତ ଇଡିଦା ଗ୍ରାମର ସୃଷ୍ଟିଧର ସାସମଲର ପୁତ୍ର ମହେଶ୍ୱର(୩୦) ଆଜି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଖବରପାଇ ସିଂଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏହି ଆତ୍ମହତ୍ୟା ଘଟଣା ନେଇ ୨ଟି ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର