ବରୀ: ପିଡିଏସ୍ ସାମଗ୍ରୀ ହେରଫେର୍ ଅଭିଯୋଗରେ ଯାଜପୁର ଉପଜିଲ୍ଲାପାଳ ଡିଲର ସମେତ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ଲାଇସେନ୍ସ ଉପରେ ରୋକ୍ ଲଗାଇଛନ୍ତି। ସେ ଦୁହେଁ ହେଲେ ବରୀ ବାଗଦା ସମବାୟ ସମିିତି ସଂପାଦକ କମଳାକାନ୍ତ ମହାନ୍ତି ଏବଂ ମନ୍ଦାରି ପଞ୍ଚାୟତ ଅନ୍ତର୍ଗତ ବେଞ୍ଜାରପୁରର ଡିଲର ସରୋଜକାନ୍ତ ଜେନା। ଲୋକଙ୍କ ଅଭିଯୋଗ କ୍ରମେ ଉଭୟଙ୍କୁ କୈଫିୟତ ତଲବ କରାଯାଇଥିଲା। ବରୀ ବାଗଦା ସମବାୟ ସମିତି ସଂପାଦକ ଉତ୍ତର ଦେଇଥିବା ବେଳେ ସରୋଜକାନ୍ତ ଉତ୍ତର ରଖି ନଥିଲେ। ଉଭୟଙ୍କ କଥାକୁ ବିଚାରକୁ ନେଇ ଲାଇସେନ୍ସିଂ ଅଥରିଟି ଉଭୟଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ନିକଟରେ ଥିବା ବଳକା ପିଡିଏସ୍ ସାମଗ୍ରୀଙ୍କୁ ଜବତ କରିବା ପାଇଁ ମଧ୍ୟ ବରୀ ବିଡିଓଙ୍କୁ ନିର୍ଦେଶ ଦିଆଯାଇଛି।
ବରୀ ବ୍ଲକର ବରୀ ପଞ୍ଚାୟତର ପିଡ଼ିଏସ ସାମଗ୍ରି ବଣ୍ଟନ କରୁଥିବା ବରୀ ବାଗଦା ସମବାୟ ସମିତିର ପିଡିଏସ ଲାଇସେନ୍ସକୁ ଯାଜପୁର ଉପଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାପଡ଼ିଛି। ମନ୍ଦାରୀ ପଞ୍ଚାୟତର ଡିଲର ସରୋଜକାନ୍ତ ଜେନାଙ୍କ ଲାଇସେନ୍ସକୁ ନିଲମ୍ବନ କରିବା ସହିତ ତାଙ୍କର ଅମାନତ ଅର୍ଥକୁ ମଧ୍ୟ ବାଜ୍ୟାପ୍ତ କରାଯାଇଥିବା ଜଣାପଡ଼ିଛି। ପତ୍ର ସଂଖ୍ୟା ୪୧୨ ତା ୧୭.୧୦.୨୦୧୭ ରିଖରେ ବରୀ ବାଗଦା ସମବାୟ ସମିତିର ପିଡ଼ିଏସ ଲାଇସେନ୍ସ ନଂ ୩୦/୨୦୧୬-୧୭ ଉପରେ ରୋକ ଲଗାଯାଇଛି। ଆରୋପ ରହିଛି ଯେ ସମବାୟ ସମିତି ହିତାଧିକାରୀଙ୍କୁ ପ୍ରାପ୍ୟ ଠାରୁ କମ୍ କିରୋସିନି ବଣ୍ଟନ କରୁଥିଲା, ୬୪୦ ମିଲିଗ୍ରାମ ବଦଳରେ ହିତାଧିକାରୀଙ୍କୁ ୫୦୦ ମିଲିଗ୍ରାମ ଦେଉଥିଲା। ବଣ୍ଟନ କେନ୍ଦ୍ରରେ ଦ୍ରବ୍ୟର ସୂଚନା ଓ ମୂଲ୍ୟର ଫଳକ ବୋର୍ଡ ଲଗାଯାଇ ନାହିିଁ।
ସାମଗ୍ରୀ ବଣ୍ଟନରେ ଅନିୟମିତତାର ଅଭିଯୋଗ ରହିଥିବା ବେଳେ ଜିଲ୍ଲା ସହକାରୀ ଯେଗାଣ ଅଧିକାରୀ ଓ ବ୍ଲକ ଯୋଗାଣ ଅଧିକାରୀ ତଦନ୍ତରେ ଆସିଥିବା ବେଳେ କେନ୍ଦ୍ର ବନ୍ଦ ରହିଥିଲା। ଏହାକୁ ନେଇ ସଂପୃକ୍ତ ସମବାୟ ସମିତିର ସଂପାଦକ କମଳାକାନ୍ତ ମହାନ୍ତିଙ୍କୁ କୈଫିୟତ ତଲବ କରାଯାଇଥିଲା। ପତ୍ରସଂଖ୍ୟା ୪୧୬ ତା ୧୭.୧୦.୧୭ରିଖରେ ଉପଜିଳ୍ଲାପାଳ ଡିଲର ସରୋଜକାନ୍ତ ଜେନାଙ୍କୁ ନିଲମ୍ବନ କରିଛନ୍ତି। ଉକ୍ତ ପଞ୍ଚାୟତର କେତକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ରାସନକାର୍ଡ ରହିଥିବା ବେଳେ ଉକ୍ତ ହିତାଧିକାରୀ ମାନେ କାର୍ଡ ଫେରସ୍ତ କରିଦେଇଥିଲେ। ହିତାଧିକାରୀଙ୍କ ଜାଲ ଦସ୍ତଖତ କରି ଦୀର୍ଘ ମାସ ଧରି ସାମଗ୍ରି ହଡ୍ପ କରୁଥିବା ଅଭିଯୋଗ ନେଇ ପଞ୍ଚାୟତ ବାସୀ ଓ ହିତାଧିକାରୀ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ। ଅଭିଯୋଗ ଉପରେ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଉପଜିଲ୍ଲାପାଳ ସଂପୃକ୍ତ ଡିଲରଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/application-letter.jpg)