ବୌଦ୍ଧ: ଆଜି ଶନିବାର ଥଲା । ତେଣୁ ସକାଳୁଆ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ଶିକ୍ଷୟିତ୍ରୀ ଜ୍ୟୋତିର୍ମୀୟ ପ୍ରଧାନ ଶିକ୍ଷକ ଅଜିମ ଖାଁଙ୍କ ସହିତ ଗୋଟିଏ ମୋଟର ସାଇକେଲରେ ଗାଁରୁ ବାହାରି ସ୍କୁଲକୁ ଆସୁଥିଲେ। ମାତ୍ର ସ୍କୁଲରେ ପହଞ୍ଚିି ପାରିଲେ ନାହିଁ। ସ୍କୁଲ ଠାରୁ କିଛି ଦୂରରେ ସେମାନଙ୍କୁ ପଛପଟୁ ଏକ କାର ଧକ୍ଖା ଦେଇଥିଲା। କାର ଧକ୍କାରେ ଉଭୟ ପୋଲ ତଳକୁ ଖସି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁଘଁଟଣା ଘଟାଇଥିବା କାର ଓ ଏହାର ଡ୍ରାଇଭରଙ୍କୁ ଅଟକ ରଖି ଗ୍ରାମବାସୀମାନେ ପୁଲିସର ଜିମା ଦେଇଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବୌଦ୍ଧ ଡାକ୍ତରଖାନାକୁ ଅଣିଛନ୍ତି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିମ ଖାଁ ଓ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପ୍ରଧାନ ଗାଁରୁ ବାହାରି ଗୋଟିଏ ମୋଟର ସାଇାକେଲରେ ସ୍କୁଲକୁ ଆସୁଥିବା ବେଳେ ରାମଭିକଟା ପୋଲ ଉପରେ ସେମାନଙ୍କୁ ପଛପଟୁ ଓଡ଼ି୨୪ ଏ ୩୦୦୬ ନମ୍ବର ବିଶିଷ୍ଟ ଏକ ମାରୁତି ସ୍ୱିଫ୍ଟ କାର ଧକ୍କା ଦେଇଥିଲା। ଫଳରେ ଉଭୟ ପୋଲ ତଳକୁ ଖସିପଡ଼ିବା ସହିତ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସମଗ୍ର ବୌଦ୍ଧ ସହରରେ ଦୁଃଖର ଛାୟା ଖେଳି ଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କ  ଶିକ୍ଷକ ଓ ଶିକ୍ଷୟିତ୍ରୀ ( ଉଭୟ ବିଜ୍ଞାନ ପଢ଼ାନ୍ତି)ଙ୍କୁ ହରାଇ ବେଶ୍‌ ଭାଙ୍ଗି ପଡ଼ିଛନ୍ତି।