ଖୋର୍ଦ୍ଧା: ୮୮ତମ ଓଡ଼ିଶା ଦିବସ ଓ ରାଜ୍ୟ ପୁଲିସ ବିଭାଗ ପ୍ରତିଷ୍ଠା ଦିବସ ଉପଲକ୍ଷେ ନିଜର ବୃତ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଦୁଇଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଜଣେ କନଷ୍ଟେବଳ ଓ ଜଣେ ଡିଏସ୍ପିଙ୍କୁ ଯଥାକ୍ରମେ ରାଜ୍ୟପାଳ ସମ୍ମାନ ଓ ଡିଜିପି ଡିସ୍କ୍ ସମ୍ମାନରେ ସମ୍ମାନିତ କରାଯାଇଛି।
ଶନିବାର ସଂଧ୍ୟାରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ପଙ୍ଗାରସିଂହ ଦଧିବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର ଦାଶ ଓ ଭୁବନେଶ୍ୱର ବରମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କବିତା କାନୁନ୍ଗୋଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଶିକ୍ଷକ ଉପେନ୍ଦ୍ର ଦାଶ କହିଛନ୍ତି ଯେ ଶିକ୍ଷକଶିକ୍ଷୟିତ୍ରୀମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଦାନରେ ଅବହେଳା କରନ୍ତୁ ନାହିଁ । କାରଣ ସେମାନେ ସମଗ୍ର ଦେଶ ଓ ଜାତି ପାଇଁ ଭବିଷ୍ୟତ ଗଠନ କରୁଛନ୍ତି ।
ସେହିଭଳି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ବିଦ୍ୟାର୍ଥୀ ସର୍ବଦା ନିଜର ଅଧ୍ୟୟନ ପ୍ରତି ସମର୍ପିତ ରହିବା ଉଚିତ । ସେହିଭଳି ଶିକ୍ଷୟିତ୍ରୀ କବିତା କାନୁନ୍ଗୋ ନିଜର ସାଥୀ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ବାର୍ତା ଦେଇ କହିଛନ୍ତି ଯେ ସେମାନେ ନିଜର ଶିକ୍ଷକତାକୁ ବୃତ୍ତି ନୁହେଁ ଏକ ବ୍ରତ ଭାବେ ଗ୍ରହଣ କରନ୍ତୁ । ଅଧ୍ୟୟନ ସମୟରେ ଛାତ୍ରଛାତ୍ରୀଙ୍କ ଭାବାବେଗ ସହ ଜଡ଼ିତ ହୋଇ ବିଦ୍ୟାଦାନ କରିପାରିଲେ ଶିକ୍ଷାଦାନ ଉଚ୍ଚକୋଟିର ହେବ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀ ନିଜର ଜାଣିବାର ଇଚ୍ଛା ଓ ପ୍ରେଚେଷ୍ଟାକୁ ସର୍ବଦା ବଳବତ୍ତର ରଖିବା ଆବଶ୍ୟକ । ଏହାଦ୍ୱାରା ହିଁ ତାଙ୍କର ବିକାଶ ହୋଇପାରିବ ।
/sambad/media/post_attachments/wp-content/uploads/2023/04/KHordha-DGP-disc-samman-re-DSP-Manas-Barik.jpg)
କଟକରେ ଆୟୋଜିତ ରାଜ୍ୟସ୍ତରୀୟ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ୍ ସମ୍ମାନରେ ସମ୍ମାନିତ ହୋଇଥିବା ବାଲୁଗାଁ ଉପଖଣ୍ଡର ଡିଏସ୍ପି ମାନସ ରଂଜନ ବାରିକ କହିଛନ୍ତି ଯେ ଜଣେ ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ଯେତେବେଳେ ସମ୍ମାନିତ ହୁଏ ତେବେ ସେ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ ବରଂ ଏକ ଗୋଷ୍ଠୀର କର୍ତବ୍ୟନିଷ୍ଠା ଯୋଗୁଁ ସେ ସମ୍ମାନିତ ହୁଏ । ତାଙ୍କର ଏହି ସମ୍ମାନ ପାଇଁ ସେ ବାଲୁଗାଁ ଡିଭିଜନର ୫ଟି ଥାନାର ଆଇଆଇସି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହଯୋଗକୁ ଶ୍ରେୟ ଦେବେ । ସେହିଭଳି ଡିଜିପି ଡିସ୍କ୍ରେ ସମ୍ମାନିତ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟର କନ୍ଷ୍ଟେବଳ ଶ୍ରବଣ କୁମାର ସାହୁ କହିଛନ୍ତି ଯେ ପୁଲିସ ବୃତ୍ତି ଏକ ସର୍ବାଧିକ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ । ତାଙ୍କର ଏହି ସମ୍ମାନ ପାଇଁ ସେ ଲୋକଙ୍କ ବିଶ୍ୱାସ, ସାଥୀ କନ୍ଷ୍ଟେବଲଙ୍କ ସହଯୋଗ ଓ ଏସ୍ପି ସମେତ ଅନ୍ୟ ଉପରିସ୍ଥ ଅଧିକାରୀଙ୍କ ମାର୍ଗଦର୍ଶନକୁ ସେ ଶ୍ରେୟ ଦେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Rajyapala-purasakr-prapata-Sikhyak-O-Shikhyatri.jpeg)