ସୁନ୍ଦରଗଡ଼: ସୁନ୍ଦରଗଡ଼ ହସ୍ପିଟାଲ ଛକ ଟ୍ରାଫିକ ପୋଷ୍ଟରେ ନିୟୋଜିତ ଦୁଇ ଟ୍ରାଫିକ କନଷ୍ଟେବଳ ଝାଡ଼ୁ ଧରି ରାସ୍ତା ସଫେଇ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଟ୍ରାଫିକ ନିୟନ୍ତ୍ରଣ କାମ ଛାଡ଼ି ସେ ଦୁହେଁ କାହିଁକି ରାସ୍ତା ସଫା କରୁଥିଲେ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲା ବେଳେ ଯେଉଁ କଥା ସାମ୍ନାକୁ ଆସିଥିଲା, ତାହା ପ୍ରେରଣାପ୍ରଦ ଥିଲା। ଟ୍ରକରୁ ଗଳି ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି କରୁଥିବା ଚିପ୍ସକୁ ସେମାନେ ସଫା କରି ଦେଇଥିଲେ। ଅମିତାଭ ସାହୁ, ବିବେକାନନ୍ଦ ଭଇଁସା ନାମକ ଦୁଇ ଟ୍ରାଫିକ କନଷ୍ଟେବଳ ଆଜି ସକାଳେ ଟ୍ରାଫିକ ପୋଷ୍ଟରେ ନିୟୋଜିତ ଥିଲେ। ଏହି ସମୟରେ ସେ ରାସ୍ତା ଦେଇ ଏକ ଚିପ୍ସ ବୋଝେଇ ଟ୍ରକ ଯାଇଥିଲା। ତେବେ ଟ୍ରକରୁ ପୁଞ୍ଜା ପୁଞ୍ଜା ଚିପ୍ସ ଗଳି ରାସ୍ତାରେ ବିଛାଇ ହୋଇ ପଡ଼ିଥିଲା। ଚିପ୍ସ ଉପରେ କୌଣସି ବାଇକ୍ ଖସି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଦୁଇ କନଷ୍ଟେବଳ ଝାଡ଼ୁ ମାରି ରାସ୍ତାରୁ ହଟାଇ ଦେଇଥିଲେ।
ହାତରେ ଝାଡ଼ୁ ଧରି ରାସ୍ତା ସଫା କଲେ ୨ ଟ୍ରାଫିକ କନଷ୍ଟେବଳ
/sambad/media/post_attachments/wp-content/uploads/2022/07/sundargarh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)