ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ବାଇପାସ୍ ନିକଟରେ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନି। ଗତକାଲି ରାତି ସାଢ଼େ ୧୦ଟାବେଳେ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଯାଉଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘସିପୁରା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ଜବତ କରିଛି।
ଦୁଇ ଟ୍ରକ୍ ମୁହାଁମୁହିିଁ, ୨ ଆହତ
/sambad/media/post_attachments/wp-content/uploads/2021/02/7b3cba44-fcac-4e00-93f7-ecb4ca2fb49c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)