ବାଲେଶ୍ୱର: ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଟ୍ରକର ଡ୍ରାଇଭରଦ୍ୱୟଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ବେଳେ ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଏକ ଇଟା ବୋଝେଇ ଟ୍ରକ୍‌ ସହିତ ଏକ ଆନ୍ଧ୍ର ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ ଦୁଇଟିରେ ଡ୍ରାଇଭରଦ୍ୱୟ ଗୁରୁତର ଅବସ୍ଥାରେ ଟ୍ରକ୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ଖବରପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ କରି ଉଭୟଙ୍କୁ ଗାଡ଼ିରୁ ବାହାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଇଟା ବୋଝେଇ ଟ୍ରକ୍‌ର ଡ୍ରାଇଭର ଲମ୍ବୋଦର ମହାରଣା ବୋଲି ଜଣାପଡ଼ିଥିବା ବେଳେ ଆନ୍ଧ୍ର ଟ୍ରକର ଡ୍ରାଇଭରଙ୍କ ପରିଚୟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର