ନଦୀରୁ ମିଳିଲା ୨ ଅଜଣା ମୃତଦେହ

ଯାଜପୁର/ଜୟପୁର: ଆଜି ସକାଳୁ ଯାଜପୁର ଟାଉନ୍‌ ଥାନା ଅନ୍ତର୍ଗତ ଦଶାଶ୍ୱମେଧ ଘାଟ ଓ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ସତୀ ନଦୀରୁ ପୁଲିସ ୨ଟି ଅଜଣା ମୃତଦେହ ଜବତ କରିଛି। ଏ ସଂକ୍ରାନ୍ତରେ ଯାଜପୁର ଟାଉନ ଥାନାରେ ଓ ଜୟପୁର ସଦର ଥାନାରେ ଦୁଇଟି ଅପମୃତୁ ମାମଲା ରୁଜୁ କରାଯାଇ ଶବ ଦୁଇଟିକୁ ବ୍ୟବଛେଦ ପାଇଁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁୁର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ଦଶାଶ୍ୱମେଧ ଘାଟରେ ଜଣେ ଯୁବକଙ୍କ ମୃତଦେହ ଭୁସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପଶି ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ ତାଙ୍କର ବୟସ ଅନୁମାନିକ ୩୫ରୁ ୪୦ ବର୍ଷ ଭିତରେ ହେବ ବୋଲି ପୁଲିସ ଆକଳନ କରୁଛି।
ସେହିପରି ଆଜି ସକାଳେ ଜୟପୁରର ସତୀନଦୀର ବାଲିଆ ପୋଲ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପୁଲିସ ଜବତ କରିଛି। ମୃତ ମହିଳାଙ୍କ ବୟସ ୬୦ରୁ ୬୫ ବର୍ଷ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର