ଭଦ୍ରକ: କୋଇଲା ପରେ ମଦ ମାଫିଆଙ୍କ ଉପରେ ପୁଲିସର ଆଖି। ଭଦ୍ରକ ଗ୍ରାମାଂଚଳ ଥାନା ଅଂଚଳରେ ପୁଲିସ ଆଜି ଅତର୍କିତ ଭାବେ ଚଢ଼ାଉ କରିଛି। ରମ୍ଭିଳା ପଂଚାୟତ ଅନ୍ତଗର୍ତ ଘୁଷୁରିଗଡ଼ିଆ ଗାଁରୁ ପୁଲିସ ଜବତ କରିଛି ୧୦୦୦ ଲିଟର ଦେଶୀ ମଦ। ଏଥି ସହିତ ଅଭିଯୁକ୍ତମାନଙ୍କ ଠାରୁ ନଗଦ ଏକ ଲକ୍ଷ ୫ ହଜାର ଟଙ୍କା, ଏକ ଇଣ୍ଡିକା କାର, ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ସ୍କୁଟି ଜବତ କରାଯାଇଛି। ଚୋରା ମଦ କାରବାରରେ ସଂପୃକ୍ତ ଥିବା ଲେଡି ଡନ୍ ଆହ୍ଲାଦିନୀ ସିଂ ଓ ଡିପ୍ଲୋମା ଇଂଜିନିୟରିଂ ଛାତ୍ରୀ ସରସ୍ବତୀ ସିଂଙ୍କୁ ପୁଲିସ ଗିରଫ କରିଛି।
/sambad/media/post_attachments/wp-content/uploads/2021/01/bdk-1024x576.jpg)
ଗ୍ରାମାଂଚଳ ଥାନା ଅଧିକାରୀ ଆଲୋକ ଜେନା, ଏଏସ୍ଆଇ ପ୍ରବୋଧ ମଲ୍ଲିକ ଆଜି ଘୁଷୁରିଗଡ଼ିଆ ଗାଁରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନେକ ମଦ ମାଫିଆଙ୍କ କୋକୁଆ ଭୟ ସୃଷ୍ଟି ହୋଇଛି। ଚୋରାମଦ କାରବାରରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ଭଦ୍ରକ ଗ୍ରାମାଂଚଳରେ ଚୋରା ମଦମାଫିଆ, କୋଇଲା ମାଫିଆ ଯେଉଁ ଆତଙ୍କରାଜ ସୃଷ୍ଟି କରିଛନ୍ତି, ସେମାନଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି। ନୂତନ ଭାବେ ଯୋଗଦେଇଥିବା ଏସ୍ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଇଲା ମାଫିଆ ଓ ମଦ ମାଫିଆଙ୍କ ଉପରେ ଚଢ଼ାଉ ଜାରି ରଖାଯାଇଛି।
/sambad/media/post_attachments/wp-content/uploads/2021/01/bdk1-1024x576.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/desi-mada-13_thumb.jpg)