ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ମହିଳା, ହସ୍‌ପିଟାଲରେ ମୃତ୍ୟୁ

ଚିତ୍ରଡା: ଗାଁ ପୋଖରୀରେ ଗାଧୋଉଥିବା ବେଳେ ଆଜି ଅପରାହ୍ନରେ ୨ ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୟୂରଂଭଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ମାତୁଣ୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଧନେଇ ହାଁସଦାଙ୍କର ପତ୍ନୀ ଯମୁନା ହାଁସଦା (୫୦) ଓ ଭୀମ ହାଁସଦାଙ୍କ ପତ୍ନୀ ସାଲଗେ ହାଁସଦା (୫୦)।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟାରେ ଯମୁନା ଓ ସାଲଗେ ଗାଁରେ ଏସ୍‌ଏସ୍‌ଜି ବୈଠକରେ ଯୋଗ ଦେଇଥିଲେ। ବୈଠକ ଶେଷ ହେବା ପରେ ସେମାନେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଉଭୟ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକଙ୍କର ଚିନ୍ତା ବଢ଼ି ଯାଇଥିଲା। ପରିବାର ଲୋକେ ଗାଁ ଫୋଖରୀକୁ ଯାଇ ଦେଖିଲା ବେଳକୁ ମହିଳା ଦ୍ୱୟଙ୍କ କିଛି କପଡ଼ା ଓ ଅନ୍ୟାନ୍ୟ ଜିନିଷ ପତ୍ର ଘାଟରେ ପଡ଼ିଥିଲା। ଗାଁଲୋକେ ଦୁଇ ମହିଳାଙ୍କୁ ପାଣିରୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର