ହତ୍ୟା: ସ୍ୱାମୀର ଭୁଜାଲିମାଡ଼ରେ ସ୍ତ୍ରୀ ମୃତ, ନିଶା ପାଇଁ ଟଙ୍କା ନ ଦେବାରୁ ମା’ର ଜୀବନ ନେଲା ପୁଅ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶୁକ୍ରବାର ୨ଟି ହତ୍ୟାକାଣ୍ଡ ଘଟଣା ଘଟିଛି। ବଣାଇ ଥାନା ଧାତକିପୋଷ ଗାଁରେ ସ୍ୱାମୀର ଭୁଜାଲିମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ କେ. ବଲାଙ୍ଗ ଥାନା କୁଦାମୁଷା ଗାଁରେ ମଦ ପିଇବାକୁ ଟଙ୍କା ନ ମିଳିବାରୁ ମାଆକୁ ପିଟିପିଟି ପୁଅ ହତ୍ୟା କରିଛି। ହତ୍ୟା ପରେ ପୁଅ ରାଉତ ମୁଣ୍ଡା ଫେରାର ଅଛି। ପୁଲିସ ସୂଚନା ପାଇ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଉଭୟ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର