ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଚକଲାପଦର ପଂଚୟତ ଅନ୍ତର୍ଗତ ଡୁଡୁଙ୍ଗଝରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁଇ ବର୍ଷ ବୟସର ଶିଶୁ ଘରେ ଖଳୁଥିବା ସମୟରେ ଗରମ ପେଜରେ ପଡି ଯିବା ଯୋଗୁଁ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
ସୂଚନା ପ୍ରକାରେ ଡୁଡୁଙ୍ଗଝରି ଗ୍ରାମର ରମେଶ ଜାନୀଙ୍କ ଦୁଇ ବର୍ଷର ପୁଅ କାର୍ତ୍ତିକ ବୁଧବାର ସନ୍ଧ୍ୟା ସମୟରେ ରୋଷେଇ ଘରେ ଖେଳୁଥିଲା। ତେବେ ଖେଳିବା ସମୟରେ ହଠାତ ଭାତ ଗାଳିକି ରଖାଯାଇଥିବା ଗରମ ପେଜ ହାଣ୍ଡି ଉପରେ ପଡିଯାଇଥିଲା। ଫଳରେ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ଘଟଣା ଘଟିବା ପରେ ପରିବାର ଲୋକ ତୁରନ୍ତ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଶିଶୁର ପଛ ଭାଗ ପ୍ରାୟ ୩୦ ପ୍ରତିଶତ ଜଳି ଯାଇଥିବା ଯୋଗୁଁ ତାକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/9663b1d5-093d-46d7-a7f8-43e27a7fe11b.jpeg)